ଆଜି ସର୍ବାଧିକ ୨୨୫ କରୋନା ପଜିଟିଭ

ଭୁବନେଶ୍ୱର ()ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ଜଣ ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ ୨୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ୨୨୫ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨, ଜଗତସିଂହପୁରରୁ ୧୩, ଖୋର୍ଦ୍ଧାରୁ ୧୯, ଢ଼େଙ୍କାନାଳରୁ ୭, ନୟାଗଡ଼ରୁ ୭, ଭଦ୍ରକରୁ ୫, ବାଲେଶ୍ୱରରୁ ୨, ଅନୁଗୁଳରୁ ଜଣେ, ସୁନ୍ଦରଗଡ଼ରୁ ଜଣେ, କଳାହାଣ୍ଡିରୁ ୩, ପୁରୀରୁ ୧୫, କନ୍ଧମାଳରୁ ୧୫, ଗଞ୍ଜାମରୁ ୨୦, ବଲାଙ୍ଗୀରରୁ ୧୨, କେନ୍ଦ୍ରାପଡ଼ାରୁ ୪, ମୟୁରଭଞ୍ଜରୁ ୯ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

1 × four =