ମନ୍ତ୍ରୀ ଓ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଜିଲ୍ଲା ଗସ୍ତରେ ସ୍କୁଲ, ଅନାଥାଶ୍ରମରେ ମଧ୍ୟାହ୍ନ ଭୋଜନ କର

ଭୁବନେଶ୍ବର () ମନ୍ତ୍ରୀ ଓ ସଚିବମାନେ ଜିଲ୍ଲା ଗସ୍ତ ସମୟରେ ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ପାଇଁ ଥିବା ଅନୁଷ୍ଠାନକୁ ଫୋକସ ଦେବେ । ଏହି ଗସ୍ତ ଏଣିକି ସମ୍ପୁର୍ଣ୍ଣ ଭାବେ ଗୁପ୍ତ ରହିବ । ଏଥିସହିତ ମନ୍ତ୍ରୀ ସଚିବମାନେ ଜିଲ୍ଲା ଗସ୍ତ ସମୟରେ ବାହାରେ ନଖାଇ, ଏହିସୁବ ଅନୁଷ୍ଠାନରେ ମଧ୍ୟାହ୍ନ ଭୋଜନ କରିବେ । ଆଉ ମାସିକିଆ ରିପୋର୍ଟରେ ଏହି ଗସ୍ତ ବାବଦରେ ଉଲ୍ଲେଖ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଗସ୍ତ କରୁଥିବା ବେଳେ ମନ୍ତ୍ରୀ ଓ ସଚିବମାନେ ବାହାରେ ମଧ୍ୟାହ୍ନ ଭୋଜନ ନକରି ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହାଦ୍ବାରା ଉପରୋକ୍ତ ଅନୁଷ୍ଠାନମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଓ ସଚିବମାନେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ । ଏହା ସେ ସବୁ ଅନୁଷ୍ଠାନମାନଙ୍କର ପରିଚାଳନାରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବ ।

ଏହିଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ସହ ସାଥିରେ ଯେପରି 3-4 ଜଣରୁ ଅଧିକ ଲୋକ ନଯାଆନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟ ଓ ସଚିବଙ୍କ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତ୍ରୁତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + ten =