ସାବଧାନ୍! ପୁଣି ଫେରିଲା ଲକଡାଉନ୍

ନୂଆଦିଲ୍ଲୀ: କମୁନି କରୋନା କାୟା । ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ବଢ଼ିବାରେ ଲାଗିଛି । ବେକାବୁ ହେବାରୁ ତୃତୀୟ ଲହର ଆରମ୍ଭରୁ ଋଷରେ ପୁଣିଥରେ ଲକଡାଉନ ଆରମ୍ଭ ହୋଇଛି । ୧୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ପୁଟିନ୍ ସରକାର । ଆଜି ଠାରୁ କଟକଣା ଆରମ୍ଭ ହୋଇଥିବା ବେଳେ ଋଷର ସ୍କୁଲ, କଲେଜ, ମଲ୍, ରେଷ୍ଟୁରାଣ୍ଟ ଏବଂ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ବିଦ୍ୟାଳୟ ତଥା ଜିମ୍, ଅଧିକାଂଶ ମନୋରଞ୍ଜନ ସ୍ଥାନ ଗୁଡିକ ୧୧ ଦିନ ପାଇଁ ବନ୍ଦ ରହିବ ।

ଏହି ସମୟ ମଧ୍ୟରେ, ରେଷ୍ଟୁରାଣ୍ଟଏବଂ ହୋଟେଲ ଗୁଡିକ ଖାଦ୍ୟ ବିତରଣ ଅର୍ଡର ପାଇଁ ଖୋଲା ରହିବ । ଋଷର ସ୍ୱାସ୍ଥ୍ୟ ଅଧିକାରୀମାନେ ଆଶା କରୁଛନ୍ତି ଯେ ଏହି ସମୟରେ ଲୋକଙ୍କୁ ଅଫିସ୍ ଏବଂ ସାଧାରଣ ପରିବହନ ଠାରୁ ଦୂରରେ ରଖିବା କରୋନାଭାଇରସ୍ ମହାମାରୀର ବିସ୍ତାରକୁ ସୀମିତ କରିବାରେ ସାହାଯ୍ୟ କରିପାରିବ । ଲକ୍ଡାଉନ୍ ସମୟରେ ଋଷରେ କେବଳ ଅତ୍ୟାବଶକ ସେବା ଜାରି ରହିବ । ଯାହାପାଇଁ ସ୍ୱତନ୍ତ୍ର ଭାବରେ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ଏହା ସହିତ ୮୫ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କ ଘରୁ ବାହାରକୁ ଯିବା ଉପରେ କଟକଣା ଲଗାଯାଇଛି । ତେବେ ଋଷର ଏହି ଲକ୍ଡାଉନ୍ ଦେଶରେ କରୋନା ସ୍ଥିତିକୁ ଦେଖିବ ପୁଣି ଥରେ ଲଶଗୁ କରାଯାଇପାରେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।


Share

Leave a Reply

Your email address will not be published. Required fields are marked *

one × four =