ପୋଲିସ ପଦକ ତାଲିକା

ଭୁବନେଶ୍ବର () ସହାସିକତା ଓ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ପୋଲିସ ପଦକ ପାଇଁ ମନୋନିତ ହୋଇଥିବା ପୋଲିସ ଅଧିକାରୀଙ୍କ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ଦେଶର ଦୁଇ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯାଉଥିବା ବେଳେ 177 ଜଣଙ୍କୁ ସହସିକତା ପୋଲିସ ପଦକ, 88ଜଣଙ୍କୁ ଅତି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ 675ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୋଲିକ ପଦକ ପ୍ରଦାନ କରାଯିବ । ଓଡିଶାର ସେ ମଧ୍ୟରୁ 11ଜଣଙ୍କୁ ସହସିକତା ପୋଲିସ ପଦକ, 4 ଜଣଙ୍କୁ ଅତି ଉଲ୍ଲେଖନୀୟ ରାଷ୍ଟ୍ରପତି ପୋଲିସ ପଦକ ଏବଂ 14ଜଣଙ୍କୁ ଉଲ୍ଲେଖନୀୟ ସେବା ପୋଲିସ ପଦକ ପ୍ରଦାନ କରାଯିବ ।

ଓଡିଶାରୁ ଅତି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଉଥିବା ଅଫିସରମାନେ ହେଲେ ଇଓଡବ୍ଲୁ ଏସପି ସରୋଜ କୁମାର ରଥ, ଅତିରିକ୍ତ ଏସପି ଇଓଡବ୍ଲୁ ଜ୍ଞାନରଂଜନ ମହାନ୍ତି, ଅତିରିକ୍ତ ଏସପି ଭିଜିଲାନସ ଏମ. ରାଧାକ୍ରିଷ୍ଣ ଓ ଭିଜିଲାନ୍ସ ସବଇନସ୍ପେକ୍ଟର ରମେଶ ଚନ୍ଦ୍ର ନାୟକ । ଅତିରିକ୍ତ ଏସପି ନିରଂଜନ ସାହୁ, ସବ ଇନସ୍ପେକ୍ଟର ଉମେଶ କୁମାର ସିଂହ, କନେଷ୍ଟବଳ ହରୀବନ୍ଧୁ କିର୍ଷାନୀ, କନେଷ୍ଟବଳ ଭିଷ୍ମ କରୁଆଁ, ସୋମନାଥ ମାଝୀ, ରାକେଶ କୁମାର ସ୍ବାଇଁ, ଅଜୟ ବେହେରା, ସର୍ଜେଣ୍ଟ ଜ୍ୟୋତି କୁମାର କିରୋ, ଡେପୁଟି ସୁବେଦାର ସୌମ୍ୟରଂଜନ ଦାଶ, କନେଷ୍ଟବଳ ଧନେଶ୍ବର ମାଝୀ ଓ ହବିଲଦାର ଭକ୍ତପ୍ରିୟ ସାହୁ ସହସିକତା ପୋଲିସ ପଦକ ପାଇଁ ମନୋନିତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − seven =