ବର୍ଷା ପାଇଁ ଆଲର୍ଟ ଜାରି

ଭୁବନେଶ୍ବର () ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ରାତି ଠାରୁ ଆରମ୍ଭ ହୋଇଛି ଲଗାଣ ବର୍ଷା । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ମୁଖ୍ୟତଃ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ପୁରୀ, ନୟାଗଡ, ଗଂଜାମ ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଆଖିଆଗରେ ରଖି ଏସଆରସି ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ କରାଯାଇଥିଲା। ଆପଦକାଳୀନ ସ୍ଥିତ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ, ଦମକଳ ବାହୀନ, ଆଶ୍ରୟ ସ୍ତଳି ଓ ସବୁ ବିଭାଗକୁ ଓଡ୍ରାଫ ଟିମ୍ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବର୍ଷ ରାଜ୍ୟରେ ୫ପ୍ରତିଶତ ଅଧିକ ବର୍ଷା ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ୧୨ଟି ବ୍ଲକରେ ୧୦୦ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଗତକାଲି ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ଏହା ସହ ଘଡଘଡି ସହ ପବନ ବହିବାର ସମ୍ଵାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଜିବାକୁ ସୂଚନା ଦିଆଯାଇଛି ।ଆଜି ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ବରେ ଏକ ସମିକ୍ଷା ବୈଠକ ରେ ଆପତ କାଳୀନ ପାଇଁ ସମସ୍ତ ଆଲୋଚନା ହୋଇଛି ।

Share

Leave a Reply

Your email address will not be published. Required fields are marked *

eighteen − ten =