ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ଵାନ

ଭୁବନେଶ୍ବର () ଆଜିର ଯୁବପୀଢୀକୁ ବେଆଇନ ନିଶା କବଳରୁ ମୁକ୍ତ ରଖାଯିବା ଉଚିତ । ଏଥିସହ ବେଆଇନ ନିଶା କାରବାର ଉପରେ ମଧ୍ୟ ନିୟନ୍ତ୍ରଣ ଅଣାଯିବା ଆବଶ୍ୟକ । ଆଜି ଆନ୍ତର୍ଜାତିକ ନିଶା ନିବାରଣ ଏବଂ ଅବୈଧ ନିଶା କାରବାର ପ୍ରତିରୋଧ ଦିବସରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି ।

ଆଜି ଅବୈଧ ନିଶା କାରବାର ଉପରେ ନିୟନ୍ତ୍ରଣ ସହ ନିଶା କାରବାର ନେଇ ସାଧାରଣରେ ସଚେତନତା ସୃଷ୍ଟି କରିବାକୁ ଭୁବନେଶ୍ୱର ମହାନଗର ନିଗମ ଓ ଅବକାରୀ ବିଭାଗ ମିଳିତ ଭାବେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ 500ରୁ ଅଧିକ ଛାତ୍ରଛାତ୍ରୀ ଓ ଯୁବ ନେତା ଯୋଗ ଦେଇଥିଲେ । ଏକ ସଚେତନତା ଶୋଭାଯାତ୍ରା ବିଏମସି ଅଫିସରୁ ବାହାରି ମାଷ୍ଟରକ୍ୟାଷ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ନିଶାକୁ ନା କହି ସୁନ୍ଦର ଜୀବନ ବଞ୍ଚିବା ପାଇଁ ହାତରେ ଫ୍ଲାକାର୍ଡ ଧରି ଛାତ୍ରଛାତ୍ରୀମାନେ ସମାଜକୁ ବାର୍ତ୍ତା ଦେଇଛନ୍ତି । ଏହି ସଚେତନତା କାଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରୟଣ ଜେନା, ଅବକାରୀ ବିଭାଗର କମିଶନର ସୁଶିଲ କୁମାର ଲୋହାନୀଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଅବକାରୀ କମିଶନର ସୁଶୀଲ କୁମାର ଲୋହାନି କହିଥିଲେ ଯେ, ଆଜିର ଦନରେ ନିଶାମୁକ୍ତ ସମାଜ ଗଠନ କରିବାର ଉତ୍ତର ଦାୟିତ୍ୱ ଆମ ସମସ୍ତଙ୍କର । ନିଶାର କୁପରିଣତି ସମ୍ପର୍କରେ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ଯୁବକଙ୍କୁ ନିଶା କବଳରୁ ମୁକ୍ତ କରାଯିବା ଉଚିତ ।

Share

Leave a Reply

Your email address will not be published. Required fields are marked *

2 × 1 =