ରାଷ୍ଟ୍ରପତି ଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିମାନ ବନ୍ଦରରେ କରିବେ ସ୍ୱାଗତ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ବାହାରି ଦୁଇଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ରାଜ୍ୟପାଳଙ୍କ ସମେତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ସୁନୀଲ ବଂଶଲ ଉପସ୍ଥିତ ରହିବେ । ସେଠାରୁ ସେ ପୁରୀ ତାଳବଣିଆ ହେଲିପ୍ୟାଡରେ ଓହ୍ଲାଇବେ । ଅପରାହ୍ନ ୩ଟା ୫୦ରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ । ତାଳବଣିଆ ହେଲିପ୍ୟାଡରେ ପହଞ୍ଚି ରାଜଭବନରେ କିଛି ସମୟ ରହି ଶ୍ରୀମନ୍ଦିର ଦର୍ଶନରେ ଯିବେ । ରାଷ୍ଟ୍ରପତି ସପରିବାର ରହିବେ ପୁରୀ ରାଜଭବନରେ କ୍ଷ ରାଷ୍ଟ୍ରପତିଙ୍କ ଅଧିକାରୀ ଓ ସହାୟକମାନେ କିନ୍ତୁ ହୋଟେଲରେ ରହିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ସିଂହଦ୍ୱାର ନିକଟରେ ରାଷ୍ଟ୍ରପତି ସପରିବାର ପହଞ୍ଚିବା ପରେ ଗଜପତି ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କୁ ସ୍ୱାଗତ କରିବେ । ସେବାୟତଙ୍କ ପକ୍ଷରୁ ଛତିଶା ନିଯୋଗ ନାୟକ ଓ କୌଳିକ ପଣ୍ଡା ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହ ବାଇଶି ପାହାଚ ଓ ପରେ ସାତ ପାହାଚ ଦେଇ ନାଟମଣ୍ଡପରେ ପ୍ରବେଶ କରିବେ । ଗରୁଡ ସ୍ତମ୍ଭ ପରିକ୍ରମା କରିବା ପରେ ଜୟ ବିଜୟ ଦ୍ୱାର ଦେଇ ଗର୍ଭ ଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।
ପରେ ରାଷ୍ଟ୍ରପତି ଗର୍ଭଗୃହରୁ ବାହାରି ବିମଳା ଓ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବେ । ପ୍ରାୟ ୪୫ ମିନିଟ ଶ୍ରୀମନ୍ଦିରରେ ରହିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପୁରୀ ରାଜଭବନରେ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବଡ଼ଦାଣ୍ଡ ସ୍ଥିତ ଚୈତନ୍ୟ ଗଉଡିଆ ମଠର ପ୍ରତିଷ୍ଠାତା ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଆର୍ବିଭାବ ମହୋତ୍ସବର ଶୁଭ ଉଦଘାଟନୀ ସମାରୋହ ତଥା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ।

Share

Leave a Reply

Your email address will not be published. Required fields are marked *

8 + 5 =