ଭାରତ-ଆମେରିକା ମଧ୍ୟରେ ‘BECA’ ଚୁକ୍ତି

ନୂଆଦିଲ୍ଲୀ()  ଭାରତ ଓ ଆମେରିକା ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ପ୍ରତିରକ୍ଷା ଓ ଜ୍ଞାନକୌଶଳ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛି ଆମେରିକା ।

ତେବେ ପରମାଣୁ ସହଯୋଗ ବଢାଇବା ପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭାରତ-ଆମେରିକା ମଧ୍ୟରେ ଆଜି BECA ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ ରହିଥିଲେ । ଏହା ସହ ଆମେରିକାର ବିଦେଶ ମନ୍ତ୍ରୀ ପମ୍ପିଓ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି ।

BECA ବା Basic Exchange and Cooperation Agreementର  ଅର୍ଥ ହେଉଛି ମୌଳିକ ବିନିମୟ ଓ ସହଯୋଗ ଚୁକ୍ତି  ।  ଭୌଗଳିକ ସହଯୋଗ ପାଇଁ ଏହା ହେଉଛି ଏକ ସ୍ୱତନ୍ତ୍ର ଚୁକ୍ତି ଯାହା ଆମେରିକା ତାର ନିକଟତମ ଦେଶମାନଙ୍କ ସହିତ କରିଥାଏ ।  ଏଥିରେ ଅତ୍ୟଧିକ ସମ୍ବେଦନଶୀଳ ସମସ୍ୟାର ସମାଧାନର ରାସ୍ତା ବାହାରିଥାଏ ଏବଂ ଏଭଳି ପରିସ୍ଥିତିରେ BECA ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।

Share

Leave a Reply

Your email address will not be published. Required fields are marked *

seventeen − 3 =