ସଙ୍କଟରେ ଥିବା ଏମଏସଇକୁ ୨୦ହଜାର କୋଟି

ନୂଆଦିଲ୍ଲୀ() ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗତକାଲି ୨୦ଲକ୍ଷକୋଟିର ଐତିହାସିକ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୁଟୀର ଓ ଲଘୁ ଉଦ୍ୟୋଗ ପାଇଁ ୬ଟି ପଦକ୍ଷେପ ନିଆଯାଇଛି । ଏମଏସଏମଇକୁ ବିନା ଗ୍ୟାରେଣ୍ଟିରେ ୩ଲକ୍ଷ କୋଟିର ଋଣ ଦିଆଯିବ । ଗୋଟିଏ ବର୍ଷ ପର୍ଯ୍ୟନ୍ତ କିସ୍ତି ଦେବାରୁ ରିହାତି ମଧ୍ୟ ମିଳିବ । ଏହି ପଦକ୍ଷେପରୁ ୪୫ଲକ୍ଷ ଏମଏସଇକୁ ଲାଭ ମିଳିବ । ସଙ୍କଟରେ ଥିବା ଏମଏସଇକୁ ୨୦ହଜାର କୋଟି ମିଳିବ । ୨ଲକ୍ଷ ଏମଏସଏମଇକୁ ୨୦ହଜାର କୋଟିରୁ ଲାଭ ମିଳିବ । ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ହଜାର କୋଟି ମିଳିବ । ଏମଏସଏମଇ ପାଇଁ ୧୦ହଜାର କୋଟିର ଫଣ୍ଡସ୍ ଅଫ୍ ଫଣ୍ଡ ହୋଇଛି । ଏହାସହ ଏମଏସଏମଇ ପରିଭାଷାରେ ପରିବର୍ତ୍ତନ କରାଯାଇଛି । ଅଧିକ ଟର୍ଣ୍ଣଓଭର ପରେ ବି ଏମଏସଏମଇର ସୁବିଧା ମିଳିବ । ୨୦୦କୋଟି ପର୍ଯ୍ୟନ୍ତ ଟେଣ୍ଡର ଗ୍ଲୋବାଲ ହେବ ନାହିଁ । ଏମଏସଏମଇକୁ ଇ-ମାର୍କେଟ ସହ ଯୋଡ଼ା ଯିବ ଏବଂ ୪୫ଦିନ ଭିତରେ ଏମଏସଏମଇକୁ ସରକାରୀ ବାକି ଅର୍ଥ ଦିଆଯିବ ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ଆତ୍ମ ନିର୍ଭର ଭାରତ ଅଭିଯାନ ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ଦେଇଛନ୍ତି ଅର୍ଥମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ଲକ୍ଷ କୋଟିର ଆର୍ଥିକ ପ୍ୟାକେଜର ଆବଣ୍ଟନକୁ ନେଇ ସୂଚନା ଦେଇଛନ୍ତି । ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ସବୁ ବିଭାଗ ସହ ଆଲୋଚନା କରିଛି ବୋଲି ସେ କହିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନୂଆ ଦିଗ ଦେଖାଇଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ପ୍ରଧାନମନ୍ତ୍ରୀ ରୂପରେଖ ରଖିଛନ୍ତି । ଆତ୍ମନିର୍ଭରଶୀଳ ହେବାକୁ ୫ଟି ସୋପାନ କଥା କହିଥିଲେ ମୋଦି । ସେଗୁଡ଼ିକ ହେଉଛି ଅର୍ଥନୀତିକୁ ମଜଭୁତ କରିବା, ଭିତ୍ତିଭୂମିର ବିକାଶ କରିବା ଉପରେ ଗୁରୁତ୍ୱ, ଜ୍ଞାନକୌଶଳ ଜରିଆରେ ବ୍ୟବସ୍ଥାକୁ ମଜଭୂତ କରିବା, ଭୌଗଳିକ ଅବସ୍ଥିତିର ଲାଭ ଉଠାଇବା, ଆବଶ୍ୟକତା ଅନୁଯାୟୀ ଚାହିଦା ପୂରଣ କରିବା । ଦେଶୀ ବ୍ରାଣ୍ଡମାନଙ୍କୁ ବିଶ୍ୱରେ ପରିଚିତ କରାଇବା ଉପରେ ଜୋର ଦିଆଯାଇଛି । ଆର୍ଥିକ ପ୍ୟାକେଜ ଜରିଆରେ ଦେଶକୁ ଆତ୍ମନିର୍ଭର କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଦେଶରେ ପିପିଇ ଓ ଭେଣ୍ଟିଲେଟର ତିଆରି କରାଯାଉଛି ବୋଲି ସୀତାରମଣ କହିଛନ୍ତି । ସଙ୍କଟ ସମୟରେ ମଧ୍ୟ ସୁଯୋଗର ସଦୁପଯୋଗ କରିବାକୁ ହେବ । ଦେଶରେ କହେି ଭୋକିଲା ନରହୁ, ଏହା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =