ଭଉଣୀକୁ ବିଧବା କଲା ଭାଇ

ସ୍ୱାମୀସ୍ତ୍ରୀ କଳହରୁ ହତ୍ୟାକାଣ୍ଡ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କର୍ଲାବାହାଲି ଗାଁରେ। ଏଠାରେ ଶାଳକର ମାଡ଼ରେ ଭିଣୋଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଦିଲୀପ ଛୁରା।
କଣ୍ଟାବାଞ୍ଜି ପୁଲିସ୍ ସୂଚନା ଅନୁଯାୟୀ, ଦିଲୀପ ଚାଉଳଶୁଖା ଗାଁର ଗୌରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଦୁଇଟି ପିଲା ଅଛନ୍ତି। ଗତ ୨୩ ତାରିଖ ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଗୌରୀ ତାଙ୍କ ଭାଇମାନଙ୍କୁ ଜଣାଇଥିଲେ ଓ ଆସି ତାଙ୍କୁ ଘରକୁ ନେଇ ଯିବାକୁ କହିଥିଲେ। ସନ୍ଧ୍ୟାରେ ତାଙ୍କର ଦୁଇ ଭାଇ ଆସିଥିଲେ। ସେମାନେ ଦିଲୀପଙ୍କୁ ଖୁବ୍ ମାଡ଼ ମାରିଥିଲେ। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଦିନେ ଦୁଇ ପରେ ଦିଲୀପଙ୍କୁ ତାଙ୍କ ମା’ ଡାକ୍ତରଖାନା ନେଇଥିଲେ। ତାଙ୍କୁ ଡାକ୍ତର ଚିକିତ୍ସା କରିଥିଲେ। ତେବେ ତାଙ୍କୁ ଭଲ ଚିକିତ୍ସା ପାଇଁ ବାହାରକୁ ନେବାକୁ କହିଥିଲେ। ପଇସା ନଥିବାରୁ ଦିଲୀପଙ୍କୁ ତାଙ୍କ ମା’ ବଡ଼ ଡାକ୍ତରଖାନାକୁ ନେଇ ପାରି ନଥିଲେ। ସେ ତାଙ୍କୁ ଘରକୁ ନେଇ ଆସିଥିଲେ। ଗତକାଲି ସକାଳେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Share

Leave a Reply

Your email address will not be published. Required fields are marked *

16 + three =