ଆଉ ତିନି ମାସ ଇପିଲଫ୍ ଭରଣା କରିବେ ସରକାର

ଭୁବନେଶ୍ଵର() ଆସନ୍ତା ତିନିମାସ ଲାଗି କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ୍‌ ପଇସା ଭରଣା କରିବେ। ଶିଳ୍ପାନୁଷ୍ଠାନମାନଙ୍କୁ ଏହି କୋଭିଡ୍‌ ବିପର୍ଯ୍ୟୟ ସମୟରେ ସହାୟକ ହେବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମାର୍ଚ ଏପ୍ରିଲ୍‌, ମେ ତିନି ମାସ ଲାଗି ସରକାର ଇପିଲଫ୍‌ ପ୍ରଦାନ ପାଇଁ ଘୋଷଣା କରିଥିଲେ। ଏହା ପ୍ରଧାନମନ୍ତ୍ରୀ ଗରିବ ଗଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା। ଏବେ ପୁଣି ଆସନ୍ତା ତିନି ମାସ ଅର୍ଥାତ୍‌ ଜୁନ୍‌ରୁ ଅଗଷ୍ଟା ଯାଏ ଇପିଏଫ୍‌ ଅର୍ଥ ସରକାର ଭରଣା କରିବେ।

ଅର୍ଥମନ୍ତ୍ରୀ ସୀତାରମଣ ଏହା ଘୋଷଣା କରି କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ଵାରା ଭାରତର ୩.୬ ଲକ୍ଷ ପ୍ରତିଷ୍ଠାନ ଏଥିରେ ସହାୟକ ଲାଭବାନ ହେବେ। ଏଥିଲାଗି ୨୫୦୦ କୋଟି ଟଙ୍କା ପୂର୍ବରୁ ପ୍ରଦାନ କରାଯାଇଛଇ ଏବଂ ଆହୁରି ୨୫୦୦ କୋଟି ଟଙ୍କା ଖର୍ଚ କରାଯିବ। ଏହି ଯୋଜନା ଦ୍ଵାରା ଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ୭୨.୨୨ ଲକ୍ଷ କର୍ମଚାରୀଙ୍କୁ ସହାୟତା ମିଳିପାରିବ।

ଏହି ଘୋଷଣାରେ ଉଭୟ କର୍ମଚାରୀଙ୍କ ୧୨ ପ୍ରତିଶତ ଏବଂ ନିଯୁକ୍ତି ଦାତାଙ୍କ ୧୨ ପ୍ରତିତଶତ ଅଂଶକୁ ସରକାର ବହନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

୧୫ ହଜାର ତଳକୁ  ଦରମା ପାଉଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ।

Share

Leave a Reply

Your email address will not be published. Required fields are marked *

two × 3 =