‘କେନିୟା’ ଟିମକୁ ନେଇ ବିଧାନସଭାରେ ଲଢ଼ି ହବନି

ଭୁବନେଶ୍ୱର () : ଓଡିଶା ବିଧାନସଭାରେ ବିଜେପି 23 ବିଧାୟକଙ୍କ ବଳରେ ବିରୋଧୀ ଦଳର ମାନ୍ୟତା ପାଇଥିଲେ ବି ବାଜି ମାରିନେଉଛନ୍ତି କଂଗ୍ରେସର ନବରତ୍ନ । କଂଗ୍ରେସ ଯେଉଁ ପ୍ରସଙ୍ଗ ଉଠାଉଛି ସେଥିରେ ମାଇଲେଜ ପାଉଛି । ବିରୋଧୀଦଳ ନେତା ବିଜେପିର କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ବସ୍ତୁତଃ ବିରୋଧୀ ଦଳ ନେତା ଭୂମିକାରେ ଦେଖିବାକୁ ମିଳୁଛନ୍ତି ।

ବିରୋଧୀଦଳ ନେତା ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତାକୁ ଦଳର ଉପନେତା କି ଅନ୍ୟ ବିଧାୟକମାନେ ପାଳି ଧରୁନାହାନ୍ତି । ଏପରିକି ବିରୋଧୀଦଳ ଉପନେତା ତିନି ତଲାକ ଉପରେ ଯେଉଁ ମନ୍ତବ୍ୟ ଦେଇ ଦୁଃଖ ପ୍ରକାଶ କଲେ ସେଥିରେ ଅନ୍ୟ ବିଧାୟକମାନେ ତାଙ୍କୁ ସୁରକ୍ଷା ଦେଲେନି ।

ବିଜେପି ପ୍ରସଙ୍ଗ ଉଠେଇଲା ବେଳକୁ  କଂଗ୍ରେସ ଝାମ୍ପି ନେଉଯାଉଛି। ବିଜେପି ସଦସ୍ୟ ମାନେ ଜଳକା ହୋଇଚାହୁଁଛନ୍ତି। ବିଜେପିକୁ ପ୍ରତିଦିନ ଆକ୍ଷେପ କରି କଂଗ୍ରେସ ବିଧାୟକ ଦଳ ନେତା ନାକରେ ପାଣି ପିଆଉଛନ୍ତି। ଯେମିତି କଂଗ୍ରେସକୁ ଜବାବ ଦେବାକୁ ଯାଇ ଗତକକାଲି ଠିଆ ହେଲେ ବିଷ୍ଣୁ ସେଠୀ । କିନ୍ତୁ ତାଙ୍କରି କଥାରେ ତାଙ୍କୁ ଫସେଇ ଦେଲା କଂଗ୍ରେସ। ଶେଷରେ ବିଷ୍ଣୁ ପାଣି ପାଇଗଲେ। ବିଧାନସଭରେ ଦୁଃଖ ପ୍ରକାଶ କଲେ। ବିଭିନ୍ନ ସେର୍ଭକୁ ଉଧୃତ କହିଥିଲେ ବୋଲି କହି ଦମ୍ଭ ଦେଖାଉଥିଲେ। ହେଲେ ନରସିଂହଙ୍କ ତେଜରେ ମୌଳି ଗଲେ ବିଷ୍ଣୁ। ଶେଷରେ ତାଙ୍କ ଟିମକୁ ଦୋଷ ଦେଲେ କହିଲେ ଆମର କେନିୟା ଟିମ।

ଏଭଳି ଦୁର୍ବଳ କେନିୟା ଟିମକୁ ନେଇ ଇଂଲଣ୍ଡ କି ଅଷ୍ଟ୍ରେଲିଆ କି ଭାରତ ଭଳି ଶକ୍ତିଶାଳୀ ଦଳର କି ମୁକାବିଲା କରାଯିବ । ଟିମରେ ୧୭ ପଛୁଆ ବର୍ଗ ବିଧାୟକ। ଆଉ ଆମେ ବାକି ଯେତିକି ଅଛୁ ତାଙ୍କୁ ନେଇ ଖେଳିବା ମୁସ୍କିଲ। ଆଜି କିିଛି ସାମ୍ବାଦିକଙ୍କ ସହ ଅନୌପଚାରିକ ସୁଖଦୁଃଖ ବେଳେ ଏମିତି କହୁଥିଲେ ବିରୋଧୀଦଳ ଉପନେତା ।

Share

Leave a Reply

Your email address will not be published. Required fields are marked *

4 × 5 =