କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ଦୀର୍ଘଦିନ ହେବ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ଶେଷରେ ତାହା ସତ ହୋଇଛି । କଂଗ୍ରେସର ଟାଣୁଆ ନେତା ପ୍ରଦୀପ ମାଝୀ ଶେଷରେ ଦଳ ଛାଡ଼ିଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ଦଳରୁ ଇସ୍ତଫା ଦେବେ ବୋଲି ବେଶ୍ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଏହାକୁ ଅସ୍ୱୀକାର କରିଆସୁଥିଲେ ।

ସୂଚନା ଅନୁଯାୟୀ, ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରୁ ପଠାଇଛନ୍ତି । କଂଗ୍ରେସରେ ଜନସେବାର ସୁଯୋଗ ନଥିବାରୁ ସେ ଦଳ ଛାଡୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି । କିଛିଦିନ ହେଲା ପ୍ରଦୀପ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ପ୍ରଦୀପ ଏହାକୁ ଏଡାଇ ଚାଲିଥିଲେ । ଶେଷରେ ଆଜି ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × one =