ଘୁଞ୍ଚିଲା ମହାନଦୀ ଶୁଣାଣି

ନୂଆଦିଲ୍ଲୀ()  ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଆଜି ଟ୍ରିବ୍ୟୁନାଲ ଶୁଣାଣୀ କରିଛନ୍ତି । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ସମାଧାନ ପାଇଁ ଗଠିତ ଟ୍ରିବୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଛି । ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ନ ହୋଇ ପାରିଥିବାରୁ ଟ୍ରିବ୍ୟୁନାଲ ଛତିଶଗଡ଼ ପକ୍ଷର ଶୁଣାଣୀକୁ ଘୁଞ୍ଚାଇ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୨୮ ତାରିଖରେ ହେବ । ମୌସୁମୀ ସମୟରେ ଜଳର ପରିମାଣକୁ ଉଚିତ ଆକଳନ କରାଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ମତ ରଖିଛନ୍ତି । ସେଥିପାଇଁ ଅଣ ମୌସୁମୀ ସମୟରେ ପରିଦର୍ଶନ କରି ସତ୍ୟପାଠ ଦାଖଲ କରାଯିବ ଆଡ଼୍ଭୋକେଟ୍ ଜେନେରାଲ କହିଛନ୍ତି ।

ମହାନଦୀ ଉପରେ ଛତିଶଗଡ଼ ନିର୍ମାଣ କରୁଥିବା ଛଅଟି ବ୍ୟାରେଜ୍ ଉପରେ ରହିତାଦେଶ ଲାଗୁ କରିବା ଏବଂ ଅଣମୌସୁମୀ ସମୟରେ ଓଡ଼ିଶ ପଟ ମହାନଦୀକୁ ୧. ୭୪ ମିଲିୟନ୍ ଏକର୍ ଫୁଟ୍ ଜଳ ଛଡ଼ାଯାଉ ବୋଲି ମଧ୍ୟବର୍ତ୍ତୀକାଳୀନ ଆବେଦନରେ ଓଡ଼ିଶା ଦାବି କରିଥିଲା ।

Share

Leave a Reply

Your email address will not be published. Required fields are marked *

11 − six =