ଚାଷୀଙ୍କ ପାଇଁ ସରକାର ସମର୍ପିତ : କୃଷିମନ୍ତ୍ରୀ

ଭୁବନେଶ୍ବର () ରାଜ୍ୟରେ ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ସୃଷ୍ଟି ହୋଇଛି ତାତି । ସପ୍ତାହକ ମଧ୍ୟରେ ରାଜ୍ୟରେ 4ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ସରକାର ଋଣଭାର ଓ ଚାଷ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ଅସ୍ବୀକାର କରିଛନ୍ତି । ଗୋଟେପଟେ କାଳିଆ ଯୋଜନାରେ ଓଡିଶା ଆକସ୍ମିକ ପାଣ୍ଟିରୁ ଅଗ୍ରୀମ ଅର୍ଥ ଉଠାଣ ଓ ବିଧାନସଭାରେ ବିନା ଆଲୋଚନାରେ ଏହାକୁ ଅନମୋଦନ କରିବା ବିଧାନସଭାରେ ବିରୋଧରେ ବିଜେପି ହଟ୍ଟଗୋଳ କରିଛି ।

କୃଷିମନ୍ତ୍ରୀ ଅରୁଣ ସାହୁ ଏହି ମୁଲତବି ପ୍ରସ୍ତାବ ନୋଟିସର ଉତ୍ତରରେ ରାଜ୍ୟରେ ଚାଷ ଓ ଋଣଭାର ଯୋଗୁଁ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଅସ୍ବୀକର କରିଛନ୍ତି । ଚଷର ପ୍ରଗତି ଏବଂ କୌଣସି କ୍ଷତି ଓ ଅସୁବିଧା ଜନିତ କ୍ଳେଶରେ ଭୁଲ ପଦକ୍ଷେପ ନନେବାକୁ ସରକାର ଅନେକଗୁଡିକ କୃଷକ କଲ୍ୟାଣକାରୀ ଯୋଜନା କରିଛନ୍ତି । କୃଷିକୁ ଫୋକସରେ ରଖି 2013-14ରେ ସ୍ବତନ୍ତ୍ର କୃଷି ବଜେଟ ଆଗତ କରୁଛନ୍ତି । ଏଭିତରେ କୃଷି ବଜେଟର ଆକାର 7161 କୋଟିରୁ 20ହଜାର 714 କୋଟିରେ ପହଁଚିଛି । 2016-17 ମସିହାରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ ମଧ୍ୟ ଗଠନ ହୋଇଛି । ଏପରିକି 2008ରେ ରାଜ୍ୟ ସରକାର ଏକ ବିକାଶ ଅଭିମୁଖୀ କୃଷିନୀତି ପ୍ରଣୟନ କରିଥିଲେ । 2019ରେ ଏକ ଅଧିକ କ୍ରିୟାଶୀଳ କୃଷିନୀତି ପ୍ରବର୍ତ୍ତନ ପାଇଁ ମଧ୍ୟ ଚେଷ୍ଟା ଜାରି ରହିଥିବା କୃଷି ମନ୍ତ୍ରୀ କହିଛନ୍ତି ।

ଜଳବାୟୁ ଜନିତ ବ୍ୟତିକ୍ରମ ଓ ପ୍ରାକୃତିକ ଦୁର୍ବିପାକ ଜନିତ ଫସଲ କ୍ଷତିରୁ ଆଶ୍ବାସନା ଦେବାକୁ ଉଭୟ ଋଣୀ ଓ ଅଣଋଣୀ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗୁ ହୋଇଛି । କୃଷି କ୍ଷେତ୍ରରେ ପ୍ରାଥମିକ ନିବେଶକୁ ପ୍ରୋତ୍ସାହିତ କରିବାକୁ କାଳିଆ ଯୋଜନା ପ୍ରଣୟନ କରାଯାଇଛି । କୃଷକ ଓ ତାଙ୍କ ପରିବାରର ସମସ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଜୁ କୃଷକ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି । ଏଥିରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରିବ । ଏକ ଲକ୍ଷରୁ ଅଦିକ ଆବଶ୍ୟକତା ହେଲେ, ବୀମାଭୁକ୍ତ ପରିବାରର ପୁରୁଷ ସଦସ୍ୟମାନେ 4 ଲକ୍ଷ ଓ ମହିଳା ସଦସ୍ୟମାନେ 9 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ପାଇବେ ବୋଲି କୃଷି ମନ୍ତ୍ରୀ କହିଥିଲେ ।

ରାଜ୍ୟ ସରକାର କୃଷକଙ୍କ ପାଇଁ ସମର୍ପିତ । କିନ୍ତୁ କିଛି ଲୋକ ଚାଷୀ ଆତ୍ମହତ୍ୟାକୁ ଅଜଥା ପ୍ରସଙ୍ଗ କରି ରାଜନୀତି କରୁଥିବା ସେ ଆକ୍ଷେପ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଅକ୍ଷେପ କରି ସେ କହିଛନ୍ତି ଯେ, ତାଙ୍କର ଚାଷ କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବାକୁ ମୁଁ ଅନୁରୋଧ କରୁଛି । ତୃଣମୂଳ ସ୍ତରରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଜଣେ ଆଇନଜ୍ଞ ଭାବେ କାର୍ଯ୍ୟ କରିଥିବା କଂଗ୍ରେସ ବିଧାୟକ ଦଳ ନେତା ଚାଷୀ ଆତ୍ମହତ୍ୟାକୁ ନେଇ ନିଜର ଅନଭିଜ୍ଞତା ପ୍ରକାଶ କରୁଥିବା ସେ କହିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ଆତ୍ମହତ୍ୟାକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛନ୍ତି । କେନ୍ଦ୍ରର ବିଜେପି ସରକାର ଚାଷୀ ବିରୋଧୀ । ସେମାନେ ଚାଷୀଙ୍କୁ ସୁରକ୍ଷା ଦେବାକୁ ଚାହୁଁନାହଁନ୍ତି । ଯେଉଁଥିପାଇଁ ଗୃହରେ ଚାଷୀଙ୍କ ପ୍ରସଙ୍ଗରେ ଯେତେବେଳେ ଆଲୋଚନା ହେଉଛି ସେମାନେ ହଟ୍ଟଗୋଳ କରୁଛନ୍ତି । ଉଭୟ ବିଜେପି ଓ ବିଜେଡି ଚାଷୀଙ୍କ ଋଣ ଛାଡ ଦାବିକୁ ଗ୍ରହଣ କରୁନାହାଁନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ତିନୋଟି କିସ୍ତିରେ 6 ହଜାର ଟଙ୍କା ଦେଲେ ଚାଷୀ ଋଣଭାରରୁ ମୁକ୍ତ ହୋଇଯିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏକର ପିଛା ଧାନ ଉତ୍ପାଦନ ପାଇଁ ହାରାହାରି 24ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦ୍ର ସରକାର 1830 ଟଙ୍କା ଦେଉଛନ୍ତି । ଏହା ହେଉଛି ବିଜେପି ସରକାରର ଚାଷୀ ପ୍ରିତି ।

Share

Leave a Reply

Your email address will not be published. Required fields are marked *

ten − 3 =