ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର() ଆଜି ପ୍ରକାଶ ପାଇଛି +୨ କଳା ପରୀକ୍ଷା ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଯୁକ୍ତ ୨ କଳାରେ ପାସ୍ ହାର ୬୭.୫୬ ପ୍ରତିଶତ ରହିଛି ।

ତେବେ ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଛାତ୍ରଛାତ୍ରୀ । ଯଦି ଆପଣ ନିଜ ରେଜଲ୍ଟ ଦେଖିବାକୁ ଚାହୁଁଛନ୍ତି, ତେବେ www.odisaresults.nic.in ୱେବସାଇଟ୍ ଫଲୋ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

3 × 2 =