ଗଂଜାମରେ ଆରମ୍ଭ ହେଲା ‘ମୋ ନିବେଦନ’ କ୍ୟାମ୍ପେନ

ଛତ୍ରପୁର () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଗଂଜାମ ଜିଲ୍ଲା ପ୍ରଶାସନ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣୀ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ମୋ ନିବେଦନ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଏହା ଏକ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ପ୍ଲାଟଫର୍ମ ଯେଉଁଥିରେ ସାଧାରଣ ଲୋକେ ବିଭିନ୍ନ ସେବା ଯୋଗାଣକାରୀ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସେମାନଙ୍କ ମତାମତ ଦେଇପାରିବେ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି ।

ଏହି କ୍ୟାମ୍ପେନରେ ବିଭିନ୍ନ ବିଭାଗର ଅଧିକାରୀମାନେ ପଂଚାୟତ ସ୍ତରକୁ ବ୍ୟାପକ କ୍ଷେତ୍ର ପରିଦର୍ଶନରେ ଯାଇ ସେଠାରେ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରିବା ସହ ସମାଧାନ ବି କରିବେ । ପାଇଲଟ ଭିତ୍ତିରେ ଏହା ସବୁ ବ୍ଲକର କିଛି ନିର୍ଦ୍ଧିଷ୍ଟ ପଂଚାୟତରେ କାର୍ଯ୍ୟକାରୀ ହେବ । ଧିରେ ଧିରେ ଏହି କ୍ୟାମ୍ପେନ ସବୁ ପଂଚାୟତକୁ ସଂପ୍ରସାରିତ ହେବ । ଗୋଟିଏ ମାସରେ ଗୋଟିଏ ପଂଚାୟତର ଅଭିଯୋଗ ଶୁଣାଣୀ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି ।

ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସହ ଅନ୍ୟ ଲାଇନ ବିଭାଗର ଅଧିକାରୀମାନେ ଏହି କ୍ୟାମ୍ପେନରେ ସାମିଲ ହୋଇଛନ୍ତି । ଏହି ପ୍ରକ୍ରିୟାରେ ପଂଚାୟତରୁ ଯାଉଥିବା ଅଧିକାରୀମାନେ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ମଧ୍ୟ ସଚେତନ କରିବେ ।

Share

Leave a Reply

Your email address will not be published. Required fields are marked *

16 − 6 =