ମ୍ୟାଲେରିଆ ନିରାକରଣର ଓଡିଶା ବିଶ୍ବରେ ଏକ ନମ୍ବର

ଭୁବନେଶ୍ବର () ଗତ ନଭେମ୍ବର 19 ତାରିଖରେ ଆଫ୍ରିକାର ମୋଜାମ୍ବିକ୍ ଠାରେ ବିଶ୍ବସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଅନୁଷ୍ଠିତ ହୋଇଥିବା ଆର୍ନ୍ତଜାତୀୟ ବୈଠକରେ ବିଶ୍ବ ମ୍ୟାଲେରିଆ ରିପୋର୍ଟ ପ୍ରକାଶ ପାଇଅଛି । ବିଶ୍ବସ୍ବାସ୍ଥ୍ୟ ସଂଗଠନ ଦ୍ବାରା ହୋଇଥିବା ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ ୨୦୧୭-୧୮ ମସିହାରେ ଓଡିଶାରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତାକୁ ବିଶ୍ବ ସ୍ତରରେ ଶ୍ରେଷ୍ଠ ପ୍ରତିପାଦିତ କରାଯାଇଅଛି  ।

୨୦୧୭ ଅକ୍ଟୋବର ମାସ ତୁଳନାରେ ୨୦୧୮ ଅକ୍ଟୋବର ମାସ ପର୍ଯ୍ୟନ୍ତ ଓଡିଶାରେ ମ୍ୟାଲେରିଆ ରୋଗୀ ସଂଖ୍ୟା ୮୨%   ହ୍ରାସ ପାଇଅଛି । ୨୦୧୪ରେ ମ୍ୟାଲେରିଆରେ ୩୯୫୦୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୯ ଜଣ ମୃତ୍ୟୁ ବରଣ କରିଥିଲେ । ୨୦୧୫ରେ ୪୩୬୭୯୨ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ସେ ମଧ୍ୟରୁ ୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୧୬ରେ ୪୪୯୬୯୭ ଜଣ ମ୍ୟାଲେରିଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୭ରେ      ୩୫୨୧୪୦ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ସେ ମଧ୍ୟରୁ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୧୮ ଅକ୍ଟୋବର ଶେଷ ସୁଦ୍ଧା ୫୯୭୫୦ ଜଣ ମ୍ୟାଲେରିଆରେ ପଡିତ ହୋଇଥିଲେ । ସେ ମଧ୍ୟରୁ ମାତ୍ର ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ସଫଳତା ପଛରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁଁ ମ୍ୟାଲେରିଆ ନିୟନ୍ତ୍ରଣରେ ବିରାଟ ସଫଳତା ମିଳିଛି । ରାଜ୍ୟର ୧୭ ଟି ଅତ୍ୟଧିକ ମ୍ୟାଲେରିଆ  ପ୍ରବଣ ଜିଲ୍ଲାରେ ୧.୧୩ କୋଟି ଔଷଧ  ଉପଚାରିତ ମଶାରୀ  ବଣ୍ଟନ (ଖଖଓଘ) ଓ ବ୍ୟବହାର ଦ୍ବାରା ପ୍ରାୟ ୨ କୋଟି ହିତାଧିକାରୀ ଙ୍କୁ ସୁରକ୍ଷା ପ୍ରଦାନକରାଯାଇଅଛି  ।      ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ’’  ବା “ଦମନ” ନାମକ ଏକ ଅଭିନବ ଯୋଜନା ଓଡ଼ିଶାର ୨୪ଟି ଜିଲ୍ଲାର ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଦୁର୍ଗମ ଅଞ୍ଚଳ (ଗ୍ରାମ ଓ ପଡ଼ା) ମାନଙ୍କରେ କାର୍ଯ୍ୟକାରୀ କରିଛନ୍ତି ଓ ଏହି ଦମନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କର ନିଜସ୍ବ ପାଣ୍ଠିର ଅନୁଦାନରେ କାର୍ଯ୍ୟକାରୀ କରାଯାଉଛି ଓ ଆମ୍ଭେମାନେ ଏହି ଅଞ୍ଚଳରେ ତିନୋଟି ପର୍ଯ୍ୟାୟରେ ପ୍ରାୟ ୪୦୦୦ ରୁ ଅଧିକ ଶିବିର ମାଧ୍ୟମରେ  ୧୪,୧୯,୧୨୧ ହିତାଧିକାରୀଙ୍କ ମ୍ୟାଲେରିଆ ରୋଗର ରକ୍ତ ପରୀକ୍ଷା କରାଯାଇ ସେଥିମଧ୍ୟରୁ ୬୮୬୩୧ ଜଣ ରୋଗୀ ଚିହ୍ନଟ କରାଯାଇ, ସେମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ପ୍ରଦାନ କରଯାଇଅଛି ଓ ଏହାଦ୍ୱାରା ଏହି ଜିଲ୍ଲାଗୁଡିକରେ ମ୍ୟାଲେରିଆ ରୋଗୀମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଛି ଓ ଦମନ କାର‌୍ୟ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆ ନିୟନ୍ତ୍ରଣ ସହିତ  ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମା ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା  ଯେପରିକି  ରକ୍ତହୀନତା, ଓଜନ ମାପିବା, ରକ୍ତଚାପ ପରୀକ୍ଷା  ଆଦି କାର‌୍ୟ୍ୟକ୍ରମ କରାଯାଉଛି ଓ ଏଥି ସହିତ ୫ ବର୍ଷରୁ କମ୍ ବୟସର ଶିଶୁ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି ଓ ଦମନ କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ (ଗ୍ରାମ ଓ ପଡ଼ା) ମାନଙ୍କରେ ସ୍ବାସ୍ଥ୍ୟ ସେବା ସୁବିଧାମାନ ଯୋଗାଇ ଦିଆଯାଇପାରୁଛି ।

ଘର ଭିତରେ କୀଟନାଶକ ସିଞ୍ଚନ (ଓଜଝ) କାର‌୍ୟ୍ୟକ୍ରମ ଦ୍ୱାରା ଓଡିଶାର ୨୧ ଟିଅତ୍ୟଧିକ ମ୍ୟାଲେରିଆ  ପ୍ରବଣ ଜିଲ୍ଲାଗୁଡ଼ିକରେ ୫୭ ଲକ୍ଷ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି  । ମ୍ୟାଲେରିଆ ରୋଗର ତୁରନ୍ତ ଚିହ୍ନଟ  ଓ ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାୟ ୪୭,୦୦୦ ରୁ ଅଧିକ ଆଶା ଓ ଗୋଷ୍ଠୀ ସ୍ତରୀୟ ସ୍ୱେଚ୍ଛାସ୍ୱେବୀ ମାନଙ୍କୁ ତାଲିମ ଦିଆଯ଼ାଇ ସେମାନଙ୍କୁ ଗ୍ରାମମାନଙ୍କରେଜ୍ୱର ଚିକିତ୍ସା କେନ୍ଦ୍ର ଭାବେ ଘୋଷଣା କରାଯାଇଛି ଓ ସେମାନଙ୍କୁ ରାପିଡ୍ ଡାଇଗ୍ନୋଷ୍ଟିକ୍ କିଟ୍ ଓ ଆଣ୍ଟି ମ୍ୟାଲେରିଆ ଔଷଧ ମାନ ଯୋଗାଇ ଦିଆଯାଇଛି । ୫୦୦ ରୁ ଅଧିକ ସରକାରୀ ପରୀକ୍ଷାଗାରରେ ମ୍ୟାଲେରିଆ ରୋଗ ଚିହ୍ନଟ ଓ ଚିକିତ୍ସା ପ୍ରଦାନ କରାଯାଉଅଛି । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଦ୍ବାରା ଜନସଚେତନତା  ବୃଦ୍ଧି  କରାଯାଉଅଛି  ।

Share

Leave a Reply

Your email address will not be published. Required fields are marked *

18 − 7 =