114ଟି ପଂଚାୟତରେ ପାଇଁ 23.72 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ 4ଟି ଜିଲ୍ଲାର 5ଟି ବ୍ଲକ ଅନ୍ତର୍ଗତ 114ଟି ପଞ୍ଚାୟତ ପାଇଁ 23.72 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ମଦନପୁର ରାମପୁର, କଟକ ଜିଲ୍ଲାର ନରସିଂହପୁର, କୋରାପୁଟ ଜିଲ୍ଲାର କୁନ୍ଦ୍ରା ଏବଂ ମୟୁରଭଂଜ ଜିଲ୍ଲାର ସୁଳିଆପଡା ବ୍ଲକରେ ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି 5ଟି ବ୍ଲକର 114 ପଂଚାୟତ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରି 23କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । କେସିଙ୍ଗା ବ୍ଲକର 26ଟି ପଂଚାୟତରେ  240ଟି ପ୍ରକଳ୍ପ ପାଇଁ 5.50 କୋଟି ଟଙ୍କା ମଂଜୁର ହୋଇଛି । ମଦନପୁର ରାମପୁର ବ୍ଲକର 19ଟି ପଂଚାୟତ ପାଇଁ 136ଟି ପ୍ରକଳ୍ପ ପାଇଁ 3.80 କୋଟି ଟଙ୍କା ମଂଜୁର ହୋଇଛି । ନରସିଂହପୁର ବ୍ଲକର 37 ପଂଚାୟତର 320 ପ୍ରକଳ୍ପ ପାଇଁ 5.97 କୋଟି ଟଙ୍କା ମଂଜୁର କରିଛନ୍ତି । କୁନ୍ଦ୍ରା ବ୍ଲକର 16ଟି ପଂଚାୟତର 215ଟି ପ୍ରକଳ୍ପ ପାଇଁ 4.90 କୋଟି ଟଙ୍କା ମଂଜୁର କରିଛନ୍ତି । ସୁଲିଆପଦା ବ୍ଲକର 16 ପଂଚାୟତର 134 ପ୍ରକଳ୍ପ ପାଇଁ 3.60 କୋଟି ଟଙ୍କା ମଂଜୁର କରିଛନ୍ତି ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବର୍ତ୍ତମାନ ପର୍ଯ୍ୟନ୍ତ 260ଟି ବ୍ଲକର 5652ଟି ପଂଚାୟତରେ 52ହଜାର 274 ଗ୍ରାମୀଣ ପ୍ରକଳ୍ପ ପାଇଁ 1284.92 କୋଟି ଟଙ୍କା ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକ, ପଂଚାୟତ ପ୍ରତିନିଧି, କୁମ୍ୟୁନିଟିର ପ୍ରସ୍ତାବ ଆଧାର ପ୍ରକଳ୍ପ ମଂଜୁର କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 1 =