ଓଡିଶା ଦେଶର ମାଇନିଂ କ୍ୟାପିଟାଲ

ଭୁବନେଶ୍ବର () ଓଡିଶାକୁ ଦେଶର ମାଇନିଂ ରାଜଧାନୀ ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ । ଆଜି ସଚିବାଳୟରେ ନାଲକୋ ସିଏମଡି ତପନ ଚାନ୍ଦ ଓ କେନ୍ଦ୍ର ଖଣି ସଚିବ ଅନିଲ ମୁକିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସେ କହିଛନ୍ତି ଯେ, ଖଣି କାରବାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୂଛି ଓଡିଶା  । ନାଲକୋ ଷ୍ଟିଲ ଉତ୍ପାଦନ ନେତ୍ରରେ ଭଲ ପ୍ରଦର୍ଶନ କରିଛି  । ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ଭଲ ପ୍ରାୟ 600 କୋଟି ଲାଭ କରିଛି  । ବର୍ଷ ତମାମ ଭଲ ଫଲ ଦେବ ନାଲକୋ  । ଏ ବର୍ଷ ରାଜ୍ୟର  17 ରୁ 18 ଖଣି ହୋଇପାରେ ନିଲାମ  । ରାଜ୍ୟ ଡିଏମଏଫ ଫଣ୍ଡ ଜରିଆରେ ପାଂଚ ହଜାର କୋଟି ଟଙ୍କା  ରାଜସ୍ବ ଆଦାୟ କରିଛି ଓଡିଶା  । ଏଥିରେ ଅନେକ ଗୁଡିଏ ନୂଆ ପ୍ରକଳ୍ପ ସରକାର ହାତକୁ ନେଇଛନ୍ତି  ଓଡିଶା ସରକାର । ସମେତ ଛତିଶଗଡ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ମଧ୍ୟ ନୂଆ ଏମଏମଡିଆର ଆଇନ ଲାଗୁ ହେବା ପରେ ଭଲ କାମ କରିଥିବା କହିଛନ୍ତି କେନ୍ଦ୍ର ଖଣି ସଚିବ।

Share

Leave a Reply

Your email address will not be published. Required fields are marked *

three × three =