10 ବ୍ଲକ ପାଇଁ 44 କୋଟି 73 ଲକ୍ଷ

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ 10ଟି ଜିଲ୍ଲାର 10ଟି ବ୍ଲକ ପାଇଁ 44 କୋଟି 73 ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଟକ ଜିଲ୍ଲାର ତିଗିରିଆ, ଗଜପତି ଜିଲ୍ଲାର ମୋହନା, କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ, ନୂଆପଡାର ବୋଡେନ, ପୁରୀ ଜିଲ୍ଲାର ପୁରୀ ସଦର, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ସୋନପୁର ଜିଲ୍ଲାର ବିନକା ଓ ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ 139ଟି ବ୍ଲକର 3197ଟି ପଂଚାୟତ ସହ ଆଲୋଚନା କରି ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି  । ଏପର୍ଯ୍ୟନ୍ତ 29ହଜାର 816ଟି ପ୍ରକଳ୍ପ ପାଇଁ 729 କୋଟି 14 ଲକ୍ଷ ଟଙ୍କାର ପ୍ରଦାନ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଧାସଳକ ଗ୍ରାମପଂଚାୟର ଲୋକଙ୍କ ସହ ଆଲୋଚନା କରି ପ୍ରକଳ୍ପ ମଂଜୁର କରୁଥିବାରୁ ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ବୟନ ଏବଂ ସ୍ବଚ୍ଛ ପ୍ରଶାସନର ଉଦାହାରଣ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

15 − eleven =