ସେପ୍ଟେମ୍ବର 20ରୁ ରଗବି ବିଶ୍ବକପ

ଭୁବନେଶ୍ବର: ରଗବି ବିଶ୍ବକପ ପ୍ରଥମ କରି ଏସିଆରେ ଖେଳାଯାଉଛି । ସେଥିପାଇଁ ବିଶ୍ବକପକୁ  ଏସିଆର ପ୍ରମୁଖ ଦେଶକୁ  ଟ୍ରାଫିକୁ ନିଆଯାଉଛି । ଭାରତ ଭ୍ରମଣରେ ଥିବ ଏହି ଟ୍ରଫି ଗତ କାଲି  ସନ୍ଧ୍ୟା 7 ଟାରେ ବିଜୁପଟନାୟକ ବିମାନ ବନ୍ଦର ଦେଇ ଓଡିଶା ରେ ପହଞ୍ଚିଥିଲା  । ବିମାନ ବନ୍ଦରରେ କ୍ରୀଡା ମନ୍ତ୍ରୀ , ସଚିବ ଏମିତିକି ତମାମ ରଗବି ପ୍ରେମୀ ଉପସ୍ଥିତ ହୋଇଥିଲେ ।

ଶୁକ୍ରବାର ସକାଳୁ ଟ୍ରାଫିକୁ ଅର୍କ କ୍ଷେତ୍ର କୋଣାର୍କ ମନ୍ଦିର କୁ ନିଆଯାଇଥିଲା । ସେଠୁ ଫେରିବା ପରେ ଟ୍ରାଫିକୁ ରାଜ୍ୟ ସଚିବାଳୟକୁ ନିଆଯାଇଥିଲା । ଉପସ୍ଥିତ ଥିବା କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଟ୍ରଫି ଓଡିଶା ଆସିଥିବାରୁ ବିଶ୍ବ ରଗବି ଗଭର୍ଣ୍ଣି ବଡିକୁ ଧନ୍ୟବଦ ଦେଇଥିଲେ । ଏହାପରେ ଟ୍ରଫିକୁ କିଟ କ୍ୟାମ୍ପସକୁ ନେବାର ଯୋଜନା ରହିଛି ।

ସୂଚନା ମୁତାବକ ଏହା ହେଉଛି ନବମ ରଗବି ବିଶ୍ଵକପ। ଯାହା 4 ବର୍ଷରେ ଥରେ ଅନୁଷ୍ଠିତ ହୁଏ । ଆସନ୍ତା ବର୍ଷ ପ୍ରଥମ କରି ଏସିଆ ମହାଦେଶର ଜାପାନ ରେ ଏହି ବିଶ୍ବକପ ଅନୁଷ୍ଠିତ ହେବ । ଏହି ବିଶ୍ବକପ ପ୍ରତିଯୋଗିତାରେ 20 ଟି ଦେଶ ଭାଗ ନେବେ ଓ ଏହା 2019 ସେପ୍ଟେମ୍ବର 20 ରୁ ଆରମ୍ଭ ହୋଇ ନଭେମ୍ବର 2 ପର୍ଯ୍ୟନ୍ତ ଚାଲିବ ।

Share

Leave a Reply

Your email address will not be published. Required fields are marked *

3 × 2 =