ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ବଢିଲା ଆଶଙ୍କା

ଲଣ୍ଡନ ()  ଆମେରିକାରର ଡ୍ରୋନ ଆକ୍ରମଣରେ ଇରାନର ସେନା ମୁଖ୍ୟ ଜେନେରାଲ କାସିମ୍ ସୋଲୋମାନିଙ୍କର ମୃତ୍ୟୁ ପରେ ଏବେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ଏହା ତୃତୀୟ ବିଶ୍ୱ ଯୁଦ୍ଧର ରୂପ ନେଇ ପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶ ପରେ ଏୟାର ଷ୍ଟ୍ରାଇକ୍ରେ ସୋଲୋମାନିଙ୍କର ମୃତ୍ୟୁ ହୋଇଛି । ଇରାକ୍ର ରାଜଧାନୀ ବାଗଦାଦ ଏୟାରପୋର୍ଟକୁ ଏକ ଗୁପ୍ତ ବୈଠକ ପାଇଁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଇରାକରେ ଜଣେ ବରିଷ୍ଠ ସେନା ମୁଖ୍ୟଙ୍କର ମୃତ୍ୟୁ ହୋଇଛି ।

ଏହାପରେ ଆମେରିକା ତାହାର ଇଲାଇଟ୍ ଫୋର୍ସ କମାଣ୍ଡୋମାନଙ୍କୁ ଇରାକ୍କୁ ପଠାଇଛି । ଇରାନ୍ ମଧ୍ୟ ଏହାର ଉଚିତ୍ ଜାବା ଦେବ ବୋଲି କଡା ଚେତାବନୀ ଦେଇଛି । ଇରାନ୍ର ଥିବା ଏଫ୍-୧୪ ଯୁଦ୍ଧ ବିମାନକୁ ଉଡାଇବା ସହ ହାଇ ଆଲର୍ଟ ଘୋଷଣା କରାଯାଇଛି ।

ତେବେ ଏସବୁ ଭିତରେ ଆମେରିକାର ପୂର୍ବ ରାଷ୍ଟ୍ରଦୂତ ବ୍ରେଟ ମ୍ୟାକଗ୍ରେକ କହିଛନ୍ତି, ଆମେରିକା ନିଜ ନାଗରିକଙ୍କ ସୁରକ୍ଷା ପାଇଁ ସୁଲେମାନିକୁ ମାରିଛି ସତ କିନ୍ତୁ ଏହାମଧ୍ୟ ସତ ଯେ ଆମେରିକା ଏବେ ଇରାନ ସହ ଯୁଦ୍ଧ ପାଇଁ ଏକପ୍ରକାର ମୈଦାନକୁ ଓହ୍ଲାଇ ସାରିଛି । ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା କିଛି ନୂଆ ନୁହେଁ କିନ୍ତୁ ଆମେରିକା ସୁଲେମାନିର ହତ୍ୟା କରିବା ପରେ ଏବେ ମଧ୍ୟ-ପୂର୍ବ କ୍ଷେତ୍ରରେ ଯୁଦ୍ଧ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଯଦି ଯୁଦ୍ଧ ହୁଏ ତେବେ ଏହା କେବଳ ଆମେରିକା ଓ ଇରାନ ମଧ୍ୟରେ ସୀମିତ ରହିବନି ବରଂ ଆମେରିକାର ସହଯୋଗୀ ଓ ଇରାନର ସହଯୋଗୀଙ୍କ ମଧ୍ୟରେ ବଡ ସାମରିକ ଆକ୍ରମଣ ଦେଖିବାକୁ ମିଳିପାରେ ।

Share

Leave a Reply

Your email address will not be published. Required fields are marked *

sixteen + 3 =