ଡି୍ୟୁଟି ନ କରି ଆନେ୍ଦାଳନ କଲେ ଲାଗୁ ହେବ ‘ନୋ ୱାର୍କ ନୋ ପେ’

ଭୁବନେଶ୍ୱର()  ଛୁଟି ମଞ୍ଜୁର ନ ହୋଇ ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଛୁଟିରେ ରୁହନ୍ତି ତେବେ“ନୋ ୱାର୍କ ନୋ ପେ’ ” ନିୟମ ଲାଗୁ ହେବ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି କଡ଼ା ନିର୍ଦ୍ଦେଶ ଆସିଛି। କେବଳ ସମ୍ପୃକ୍ତ କଲେଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ଥିଲେ ହିଁ ଅଧ୍ୟାପକ ଛୁଟି ନେଇ ପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏନେଇ ଉଚ୍ଚ ଶିକ୍ଷା ସଚିବ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ଛୁଟି ନେଇ ରାଲି, ଧାରଣା, ହରତାଳରେ ଭାଗ ନେଇ ପାରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏପରି କ୍ଷେତ୍ରରେ ସରକାରୀ ଅଧ୍ୟାପକ ହୋଇଥିଲେ ଆଗୁଆ ଅବସର ପାଇଁ କୁହାଯିବ। ସେହିଭଳି ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ, ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର ହେବ। କୌଣସି ଅଧ୍ୟାପକ ଯେପରି ଛୁଟି ନେଇ ଆନ୍ଦୋଳନରେ ସାମିଲ ହେଉ ନ ଥିବେ,ସେନେଇ ଅଧ୍ୟକ୍ଷ ସୁନିଶ୍ଚିତ କରିବେ। ଆନ୍ଦୋଳନରେ ସାମିଲ ପାଇଁ ଅଧ୍ୟକ୍ଷ ଛୁଟି ଦେଇଥିଲେ, ଅଧ୍ୟକ୍ଷ ଦାୟୀ ରହିବେ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି।

Share

Leave a Reply

Your email address will not be published. Required fields are marked *

1 × four =