ସ୍ୱାସ୍ଥ୍ୟ ପାଇଁ ୭ ହଜାର ୭ ଶହ କୋଟି

ଭୁବନେଶ୍ୱର() ଚଳିତ ବର୍ଷ ବଜେଟକୁ ପେପରଲେସ କରିଛନ୍ତି ରାଜ୍ୟ ସରକାର । ପ୍ରଥମଥର ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଇପ୍ୟାଡରେ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଇ-ବଜେଟ କରିବାରେ ଓଡିଶା ହେଉଛି ଦେଶରେ ୨ୟ ରାଜ୍ୟ ।

ତେବେ ଚଳିତ ବର୍ଷ ରାଜ୍ୟ ବଜେଟର ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା । ଳିତ ରାଜ୍ୟ ବଜେଟ୍ ରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରାକର ।

ସ୍ୱାସ୍ଥ୍ୟ ପାଇଁ ୭ ହଜାର ୭ ଶହ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ୨୦୨୦-୨୧ ବର୍ଷ ପାଇଁ ବ୍ୟୟବରାଦ ହୋଇଥିବା ୭ ହଜାର ୭ ଶହ କୋଟି ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧,୧୦୮ କୋଟିର ବ୍ୟୟବରାଦ କରିବା ସହ ଭିତ୍ତିଭୂମି ସୁଦୃଢୀକରଣ ପାଇଁ ୫୭୮ କୋଟି ବ୍ୟୟ ବରାଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

9 − nine =