କାହା ହାତରେ କଂଗ୍ରେସ ଦାୟିତ୍ୱ ?

ନୂଆଦିଲ୍ଲୀ()   ଆଜି ବସିବ ସିଡବ୍ଲୁସି ବୈଠକ । ୨୩ ଜଣ ବରିଷ୍ଠ ନେତାଙ୍କ ଚିଠି ଉପରେ କଂଗ୍ରେସରେ ହେବ ମାନସ ମନ୍ଥନ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ସିଡବ୍ଲୁସି ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ । ଯୁବପିଢିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉ । ଦଳକୁ ଏକ ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ ନେତୃତ୍ୱ ମିଳୁ । ଦଳରେ ସଂସ୍କାର ପାଇଁ କ୍ଷମତାର ବିକେନ୍ଦ୍ରୀକରଣ, ରାଜ୍ୟ ସଂଗଠନକୁ ଅଧିକ କ୍ଷମତା ପ୍ରଦାନ ଓ ପ୍ରତି ସ୍ତରରେ ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି । ଏପରିକି ସିଡବ୍ଲୁସି ସଦସ୍ୟ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ନିଷ୍ଠାର ସହ ଆତ୍ମଚିନ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି ୨୩ ଜଣ ନେତା । ଏହି ଚିଠି ପରେ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଜି ସିଡବ୍ଲୁସି ବୈଠକରେ ଏହା ଉପରେ ଆଲୋଚନା ହେବ । ଅନ୍ୟପଟେ ୨୩ ବରିଷ୍ଠ ନେତାଙ୍କ ଚିଠି ପରେ, କଂଗ୍ରେସରେ ଦ୍ୱିମତ ସୃଷ୍ଟି ହୋଇଛି । ଗୋଟିଏ ଗୋଷ୍ଠୀ ସୋନିଆ-ରାହୁଲ ସପକ୍ଷରେ ଥିବା ବେଳେ ଆଉ ଏକ ଗୋଷ୍ଠୀ ଗାନ୍ଧୀ ପରିବାର ଛାଡି ଅନ୍ୟ ଜଣଙ୍କୁ ନେତା କରିବାକୁ ଚାହୁଁଛନ୍ତି । ନୂଆ ନେତା ସପକ୍ଷରେ ରହିଛନ୍ତି ସୋନିଆ ଗାନ୍ଧୀ । ଆଜିର ବୈଠକରେ ସେ ପଦ ଛାଡିବା ନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡ଼ିଛି । ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେବାକୁ ଚାହୁନାହାନ୍ତି, କଂଗ୍ରେସ ନେତାମାନେ ଏକାଠି ହୋଇ ଜଣେ ନୂଆ ଲିଡର ବାଛନ୍ତୁ ବୋଲି ସେ ଚାହୁଁଛନ୍ତି । ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ଆଗେଇ ଆସିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଏହା ସହ କିଛି ପୂର୍ବତନ ମନ୍ତ୍ରୀ ମଧ୍ୟ ସପକ୍ଷରେ ଅଛନ୍ତି । ଗତବର୍ଷ ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ସୋନିଆ ଗାନ୍ଧୀଙ୍କ ମଧ୍ୟବର୍ତ୍ତୀକାଳୀନ ସଭାପତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × two =