ବିଜେଡିକୁ ମୋଦିଙ୍କ ପ୍ରଶଂସା : ସେମାନଙ୍କ ଠାରୁ ଶୃଙ୍ଖଳା ଶିଖନ୍ତୁ

ନୂଆଦିଲ୍ଲୀ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ଅବସରରେ ରାଜ୍ୟ ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସେ ଏନ୍‌ସିପି ଓ ବିଜେଡିକୁ ପ୍ରଶଂସା କରିଛନ୍ତି । ସଂସଦରେ ଏହି ଦୁଇ ଦଳର ସଦସ୍ୟଙ୍କ ବ୍ୟବହାରକୁ ସେ ପ୍ରଶଂସା କରିଛନ୍ତି। ଏମାନଙ୍କ ଠାରୁ ଅନ୍ୟ ଦଳ ଏପରିକି ତାଙ୍କ ଦଳର ସଦସ୍ୟମାନଙ୍କୁ ଅନେକ କିଛି ଶିଖିବାର ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଏହି ଦୁଇ ଦଳ ସଂସଦର କାର୍ଯ୍ୟରେ କେବେବି ବ୍ୟାଘାତ ସୃଷ୍ଟି କରିବାକୁ ଗୃହର ମଧ୍ୟ ଭାଗକୁ ଆସି ନାହାନ୍ତି । ତେବେ ବି ନିଜ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ସଠିକ୍‌ ଭାବେ ଉପସ୍ଥାପନ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ବିଜେଡି ଓ ଏନ୍‌ସିପ ଦଳ ସଂସଦୀୟ ଆଇନକୁ ବେଶ୍‌ ଭଲ ଭାବରେ ପାଳନ କରିଛନ୍ତି ବୋଲି ମୋଦୀ ଅଭିଭାଷଣରେ ପ୍ରକାଶ କରିଛନ୍ତି ।

ରାଜ୍ୟସଭାର ୨୫୦ ତମ ଅଧିବେଶନରେ ଯୋଗ ଦେଇ ମୋଦି କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିନାହାନ୍ତି । ଏପରିକି ଗୃହର କାର୍ଯ୍ୟରେ କେବେ ବାଧା ସୃ୍ଷ୍ଟି କରିନାହାନ୍ତି । ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବା ଉଚିତ । ବିଜେଡି ଓ ଏନସିପିର ସାଂସଦ ମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି । ଉଚିତ ଢଙ୍ଗରେ ବିଜେଡି ସାଂସଦ ମାନେ ନିଜର ଦାବି ଉପସ୍ଥାପନ କରିବା ସହ ସଂସଦର ନୀତି ନିୟମକୁ ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେଣୁ ଏହି ଦୁଇ ଦଳ ପ୍ରଂଶସାର ପାତ୍ର ବୋଲି କହିଛନ୍ତି ମୋଦି ।

ଏହାଛଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶମୂଳକ କାମ ଆଗକୁ ବଢିବ । ରାଜ୍ୟର ବିକାଶ କେନ୍ଦ୍ରର ଦାୟିତ୍ବ । ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତିଦ୍ବନ୍ଦ୍ବୀ ନହୋଇ ଭଲ ସହଯୋଗୀ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟ ଓ କେନ୍ଦ୍ରର ସମ୍ପର୍କ ସାନ ଭାଇ ଓ ବଡ ଭାଇ ଭଳି ଦେଖି ଦେଶର ବିକାଶକୁ ଆଗକୁ ନେବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ରାଜ୍ୟମାନଙ୍କର ଦାବିକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଓଡିଶା ବିଧାନସଭାକୁ ବିଜେପି ଗତ 5ଦିନ ଧରି ପ୍ରତିବାଦ କରୁଛି ଓ ଗୃହ କାର୍ଯ୍ୟରେ ସାମିଲ ହେନଥିଲା ବେଳେ ଆଜି ତାଙ୍କ ଦଳର ସୁପ୍ରିମୋ ତଥା ପ୍ରଧାନମନ୍ତ୍ରୀ ମୋଦି ଯେଉଁ ବର୍ତ୍ତା ଦେଇଛନ୍ତି ସେଥିରୁ ରାଜ୍ୟ ବିଜେପି ବିଧାୟକମାନେ ଶିକ୍ଷାଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞମାନେ । ମୋଦି ଆଜି ସଂସଦରେ ଦେଇଥିବା ବାର୍ତ୍ତା ଅନୁଯାୟୀ ଗୃହର ମଧ୍ୟଭାଗକୁ ଆସି ଶୃଙ୍ଖଳାର ଉଲଂଘନ ଦାବି ପୂରଣର ଗ୍ରହଣୀୟ ଉପାୟ ନୁହେଁ । ଶୃଙ୍ଖଳା ମଧ୍ୟରେ ରହି ବିଜେଡି ସାଂସଦଙ୍କ ଦାବି ପୂରଣ ହେଉଛି ।

Share

Leave a Reply

Your email address will not be published. Required fields are marked *

six − 2 =