ଗ୍ରାହକଙ୍କ ଠିକଣା ନରଖିଲେ ସିଲ ହେବ ଦୋକାନ

ଗଞ୍ଜାମ()  ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।

ତେବେ ଏହାରି ଭିତରେ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସବୁ ଦୋକାନୀଙ୍କ ଉଦେ୍ଧଶ୍ୟରେ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତଦନୁଯାୟୀ ଏଣିକି ଦୋକାକନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ ଠିକଣା ସମ୍ପୃକ୍ତ ଦୋକାନୀ ରଖିବେ । ଅନ୍ୟଥା ଦୋକାନ ସିଲ ହେବ । ଏହାଛଡ଼ା କରୋନା ଲକଡାଉନ ନିୟମ ନମାନିଲେ ସମ୍ପୃକ୍ତ ଦୋକାନୀ ମାଲିକ ହଜାରେ ଟଙ୍କା ଫାଇନ ବି ଦେବେ । ଗ୍ରାହକଙ୍କ ପାଇଁ ସାନିଟାଇଜର ରହିବ । ମାସ୍କ ନାହିଁ ତ ସଉଦା ନାହିଁ ବୋଲି ଲେଖିବେ । ସାମାଜିକ ଦୂରତ୍ୱ ମାନିବେ । ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧିବେ । ଦୋକାନ ଆଗରେ ଚିହ୍ନଟ ସର୍କଲରେ ୨ ମିଟର ଦୂରତ୍ୱ ରଖି ଜିନିଷ କିଣିବେ ବୋଲି ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − one =