ଏଣିକି ବିମାନବନ୍ଦରରେ ଆଉ ଦେବାକୁ ପଡ଼ିବନି ପାର୍କିଂ ଫି’

ଏଣିକି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ଗାଡ଼ିକୁ ଆଉ ପାର୍କିଂ ଫି’ ଦେବାକୁ ପଡ଼ିବନି। ଯଦି ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ିବାର ଥିବ ବା ଆଣିବାର ଥିବ ତେବେ ଆଉ କାର୍ ପିଛା ୫୫ଟଙ୍କା ଫି’ ଦେବାକୁ ପଡ଼ିବନି। ଏନେଇ ବିମାନବନ୍ଦର ବନ୍ଦର କର୍ତ୍ତୃପକ୍ଷ ନୂଆ ପାର୍କିଂ ନୀତି ଆଣିଛନ୍ତି। ଘରୋଇ ଗାଡ଼ି ପିକ୍ ଅପ୍ ଓ ଡ୍ରପ୍ ପାଇଁ କୌଣସି ସମୟ ସୀମା ରହିବନି। ଏନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଗତ ଡିସେମ୍ବର ୧୦ତାରିଖରେ ନୂଆ ନୀତି ଆଣିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି।
ତେବେ ବାଣିଜ୍ୟିକ ଯାନ, ଟ୍ୟାକ୍ସି ଆଦି ପାଇଁ ଏହି ନିୟମ ଲାଗୁ ହେବନି। ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିହ୍ନା ଏହା ଜଣାଇଛନ୍ତି। ତେବେ ଏହା ଜଣାପଡିବା ପରେ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି । କାରଣ ପୂର୍ବରୁ ବିମାନଯାତ୍ରୀଙ୍କୁ ନେଇ ଆସୁଥିବା ଗାଡି ବିମାନବନ୍ଦର ପରିସରରେ ପ୍ରବେଶ କରିବା ସମୟରେ ସେମାନଙ୍କପ ପାର୍କିଂ ଫି ଦେବାକୁ ପଡିଥିଲା । ଯେଉଁଥିପାଇଁ ଅନେକ ଗାଡି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିଲେ । ତେବେ ଏପରି ଖବର ଜଣାପଡିବା ପରେ ଯାତ୍ରା ଓ ଗାଡି ମାଲିକ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × two =