ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କୁ କଳା ପତାକା

ଆସନ୍ତା ୫ ତାରିଖରୁ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ସେ କହିଛନ୍ତି ଚଳିତ ବର୍ଷ ୫୫ଲକ୍ଷ ଟନ ଧାନ ସଂଗ୍ରହ କରାଯିବାକୁ ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଏହି ଧାନ ସଂଗ୍ରହ କାର୍ଯ୍ୟ ପ୍ରଥମେ କଳାହାଣ୍ଡି ଓ ବରଗଡ ଜିଲ୍ଲାରୁ ଆରମ୍ଭ ହେବ । ଚାଷୀ ମାନଙ୍କୁ ସେମାନଙ୍କର ଧାନ ବିକ୍ରି ଟଙ୍କା ୨୪ଘଂଟାରୁ ୭୨ ଘଂଟା ମଧ୍ୟରେ ଦିଆଯିବାର ବ୍ୟବସ୍ଥା କରାଯାଇଛି ।
ଶ୍ରୀପାତ୍ର ଆଜି ସମ୍ବଲପୁର ଗସ୍ତରେ ଯାଇ ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ ସମ୍ଭଲପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ଓକିଲମାନେ କଳାପତାକା ପ୍ରଦଶନ କରିଥିଲେ । ମାତ୍ର ସେଠାରେ କୌଣସି ଅପ୍ରିତିକର ପରିସ୍ତିତି ସୃଷ୍ଟି ହୋଇନଥିଲା ।

Share

Leave a Reply

Your email address will not be published. Required fields are marked *

15 − seven =