ଗଣେଷ ପୂଜା ଲାଗି ନୂଆ ଗାଇଡଲାଇନ୍ ଜାରି କଲା ବିଏମସି

ଭୁବନେଶ୍ୱର: ଆଉ ମାତ୍ର କେଇଟା ଦିନ ପରେ ଗଜାନନଙ୍କ ପୂଜା । ପୂଜା ପାଇବେ ଗଜାନନ । କିନ୍ତୁ ଚଳିତବର୍ଷ କରୋନା କଟକଣା ମଧ୍ୟରେ କିଭଳି ଗଣେଶ ପୂଜା ପାଳନ କରିବେ ସେନେଇ ନୂତନ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନର ନିଗମ ।

ମଣ୍ଡପ ତଥା ପେଣ୍ଡାଲ ମାନଙ୍କରେ ଗଣେଶଙ୍କ ପୂଜା କରିବା ପାଇଁ ହେଲେ କମିଶନରେଟ ପୋଲିସଠାରୁ ଅନୁମତି ଆଣିବାକୁ ପଡିବ । ଏହାସହିତ ମଣ୍ଡପ ତିନି ପଟୁ ବନ୍ଦ କରାଯିବ । ମଣ୍ଡପରେ କେବଳ ବିଧି ପୂର୍ବକ ପୂଜା କରାଯିବ । ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିବା ଉଚିତ୍ ତାଠାରୁ ଅଧିକ ହେବ ନାହିଁ । ମଣ୍ଡପରେ ପୂଜା ସମୟରେ ପୂଜକଙ୍କୁ ମିଶାଇ ୭ ଜଣ ଲୋକ ରହି ପାରିବେ । ତାଠାରୁ ଅଧିକ ଲୋକଙ୍କୁ ଅନୁମତି ନାହିଁ । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତା ମୂଳକ । ସେହିପରି ମଣ୍ଡପରେ ସର୍ବସାଧାରଣଙ୍କ ଦର୍ଶନ ମନା ।

ଅନ୍ୟପଟେ ମୁର୍ତ୍ତି ବିସର୍ଜନ କେବଳ ବିଏମସି ର କୃତ୍ରିମ ଜଳାଶୟରେ କରିବା ପାଇଁ ଅନୁମତି ରହିଛି । ଏହାସହିତ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଗୁଡିକ ମଧ୍ୟ ସମାନ ଗାଇଡଲାଇନ୍ ପାଳନ କରିବେ । କୌଣସି ଭୋଜି ଓ ପ୍ରସାଦ ସେବନର ଅନୁମତି ନାହିଁ ।

Share

Leave a Reply

Your email address will not be published. Required fields are marked *

17 − 2 =