ନାରାୟଣପୁରରେ ବଡ଼ ଧରଣର ନକ୍ସଲ ଆକ୍ରମଣ

ମାଲକାନଗିରି: ଆଜି ଛତିଶଗଡର ନାରାୟଣପୁର ଜିଲାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିବା ଖବର ମିଳିଛି। ନାରାୟଣପୁର ଜିଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି।ପ୍ରାୟ ହଜାରରୁ ଅଧିକ ନକ୍ସଲ ଏଥିରେ ସାମିଲ ଥିବା ସୂଚନା ମିଳିଛି। ଏହାସହ ୧୫ ରୁ ୨୦ ଜଣ ଖଣି କର୍ମଚାରୀଙ୍କୁ ନିଜ କବଜାରେ ନେଇ ଯାଇଥିବା ଜଣାପଡିଛି। ସକାଳ ୧୦ଟା ସମୟରେ ନକ୍ସଲମାନେ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ତାଙ୍କ ଗୁଳିବିନିମୟ ଜାରି ରହିଛି। ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ନେଇ ନାରାୟଣପୁର ଏସପି ସୂଚନା ଦେଇଛନ୍ତି। ଖଣିରେ ନିୟୋଜିତ ୬ଟି ଗାଡି ମଧ୍ୟ ନକ୍ସଲ ପୋଡି ଦେଇଛନ୍ତି। ଘଟଣାସ୍ଥଳକୁ ଅଧିକ ଯବାନକୁ ପଠାଯାଇଥିବା ବେଳେ ଘଟଣା ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ।

Share

Leave a Reply

Your email address will not be published. Required fields are marked *

11 + 16 =