କିରଣଙ୍କୁ ଛାଡ଼ପତ୍ର ଦେଲେ ଅମୀର

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ଛାଡପତ୍ର ଘୋଷଣା କରିଛନ୍ତି। ଅମିର ଖାନ ଏବଂ କିରଣ ରାଓ ମିଳିତ ବିବୃତ୍ତି ଜାରି କରି ସେମାନଙ୍କ ଛାଡପତ୍ର ଖବର ବାଣ୍ଟିଛନ୍ତି। ଅମିର ଏବଂ କିରଣଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଚକିତ କରିଛି। ଆମୀର ଖାନ ଏବଂ କିରଣ ରାଓଙ୍କର ଏକ ପୁଅ ଆଜାଦ ଅଛନ୍ତି । ଦୀର୍ଘ ୧୫ବର୍ଷର ବୈବାହିକ ଜୀବନ ପରେ ସେମାନଙ୍କ ବିଚ୍ଛେଦ ହୋଇଛି । ଦୁଇଜଣ ଏକ ବିବୃତି ଜାରି କରି ନିଜର ବିଚ୍ଛେଦ ସମ୍ପର୍କରେ ଜଣାଇଛନ୍ତି । ଏହି ବିବୃତିର ଲେଖିଛନ୍ତି ”ଏଇ ସୁନ୍ଦର ୧୫ ବର୍ଷରେ ଆମେ ସାରା ଜୀବନର ଅଙ୍ଗେନିଭା ଅନୁଭୂତି, ଆନନ୍ଦ ଓ ହର୍ଷ ଆଦାନପ୍ରଦାନ କଲୁ। ଆମର ସମ୍ପର୍କ ବିଶ୍ବାସ, ସମ୍ମାନ ଏବଂ ସ୍ନେହରେ ପରିପୁଷ୍ଟ ହୋଇଥିଲା।

ଏଥର ଆମେ ନୂଆ କରି ଆମର ବାକି ଜୀବନ ଆରମ୍ଭ କରିବୁ। ପତି-ପତ୍ନୀ ଭାବେ ନୁହେଁ, ସେ ଜୀବନ ସନ୍ତାନସନ୍ତତି ଲାଳନପାଳନ ପାଇଁ ସହଯୋଗୀ-ପିତାମାତା ଏବଂ ପରସ୍ପରର ପରିବାର ଭଳି”। କେବଳ ଏତିକି ନୁହେଁ ଦୁହେଁ ବହୁ ଦିନ ଆଗରୁ ବିଚ୍ଛେଦ ଯୋଜନା ଆରମ୍ଭ କରିଥିଲେ ବୋଲି ମଧ୍ୟ କହିଛନ୍ତି। ଏହାଛଡ଼ା ଦୁଇ ଜଣ ଏହା ମଧ୍ୟ ଲେଖିଛନ୍ତି ଯେ, “ପୃଥକ୍ ବାସ କରି ସୁଦ୍ଧା ସମ୍ପ୍ରସାରିତ ପରିବାର ଭଳି ଆମେ ଜୀବନର ହର୍ଷବିଷାଦ ବାଣ୍ଟକୁଣ୍ଟ କରିବୁ। ଆମ ପୁତ୍ର ଆଜାଦକୁ ଏକତ୍ର ଲାଳନପାଳନ କରିବା ଲାଗି ଆମେ ସମର୍ପିତ ପିତାମାତା ହୋଇ ରହିବୁ। ଚଳଚ୍ଚିତ୍ର, ‘ପାନି ଫାଉଣ୍ଡେସନ୍’ ଏବଂ ଆମର ବିଶେଷ ଆଗ୍ରହ ଥିବା ଅନ୍ୟାନ୍ୟ ପ୍ରକଳ୍ପରେ ପରସ୍ପରର ସହଯୋଗୀ ଭାବେ କାର‌୍ୟ୍ୟଧାରା ବଜାୟ ରଖିବୁ। ନିରନ୍ତର ସାହାଯ୍ୟ ସହାନୁଭୂତି ଓ ଆମ ସମ୍ପର୍କର ଏଭଳି ବୁଝାମଣାକୁ ହୃଦୟଙ୍ଗମ କରିଥିବାରୁ ଆମ ପରିବାର ଓ ବନ୍ଧୁବାନ୍ଧବଙ୍କୁ ଅନେକ ଅନେକ ଧନ୍ୟବାଦ। ସେମାନଙ୍କ ବିନା ଆମେ ଏତେ ବଡ଼ ପଦକ୍ଷେପ ନେଇ ପାରି ନ ଥାନ୍ତୁ।

Share

Leave a Reply

Your email address will not be published. Required fields are marked *

twenty + sixteen =