୪ ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ୪ ଓଡ଼ିଆ ଖେଳାଳୀଙ୍କ ଘର ବାହୁଡ଼ା ହୋଇଛି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ପୁରୁଷ ହକି ଦଳରେ ସ୍ଥାନ ପାଇଥିଲେ ବିରେନ୍ଦ୍ର ଲାକ୍ରା ଏବଂ ଅମିତରୋହିତ ଦାସ । ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିଲା । ସେପଟେ ମହିଳା ହକି ଦଳରେ ସ୍ଥାନ ପାଇଥିଲେ ନମିତା ଟପୋ ଏବଂ ଦୀପଗ୍ରେସ ଏକ୍କା । ତେବେ ପଦକରୁ ଅଳ୍ପକେ ହାତଛଡ଼ା ହୋଇଥିଲା ମହିଳା ହକି ଦଳର । ତେବେ ଚମତ୍କାର ପ୍ରଦର୍ଶନ କରିଥିଲା ମହିଳା ହକି ଦଳ । ଅଲିମ୍ପିକ୍ସରେ ଭାଗ ନେଇଥିବା ଏହି ୪ ଓଡ଼ିଆ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − two =