ଯୁବବର୍ଗଙ୍କୁ ମାଗଣା ଟିକା ଦେବେ ଦିଲ୍ଲୀ ଓ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବେ ମାଗଣାରେ ଟିକା | ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ମାଗଣା ଟିକାକରଣ ପାଇଁ ପ୍ରଥମେ କେରଳ ସରକାର ଘୋଷଣା କରିଥିବା ସମୟରେ ଏହାପରେ ହରିଆଣା, ଓଡିଶା ଓ ମହାରାଷ୍ଟ୍ର ସରକାର ନିଜ ନିଜ ରାଜ୍ୟରେ ନାଗରିକଙ୍କୁ ମାଗଣାରେ କୋଭିଡ ଟିକା ଦେବେ ବୋଲି ଘୋଷଣା କରିଥିଲେ ।

ଏହାସହ ଦିଲ୍ଲୀ ସକାରଙ୍କ ତରଫରୁ ମଧ୍ୟ ମାଗଣା ଟିକା ଘୋଷଣା କରାଯାଇଛି | ଦିଲ୍ଲୀରେ ସଂକ୍ରମଣ ବଢୁଥିବା ହେତୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟିକାକରଣ ପ୍ରକ୍ରିୟାକୁ ମାଗଣା ଘୋଷଣା କରିଛନ୍ତି । ସୋମବାର ଦିନ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଦିଲ୍ଲୀରେ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ଏନେଇ ୧.୩୪ କୋଟି ଟିକା କିଣିବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି କେଜ୍ରିୱାଲ ।

Share

Leave a Reply

Your email address will not be published. Required fields are marked *

6 + eighteen =