ସୁପି୍ରମକୋର୍ଟ ଗଲା ସିବିଆଇ

ପଶ୍ଚିମବଙ୍ଗରେ ରାଜ୍ୟ ପୋଲିସ ଏବଂ ସିବିଆଇ ମଧ୍ୟରେ ଗତକାଲି ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ସିବିଆଇ ବିଫଳ ହେବା ପରେ ଆଜି ସିବିଆଇ ସୁପି୍ରମକୋର୍ଟ ଯାଇଛି । ସିବିଆଇ ପଶ୍ଚିମବଙ୍ଗ ସରକାର ବିରୁଦ୍ଧରେ ସୁପି୍ରମକୋର୍ଟର ହସ୍ତକ୍ଷେପ ଦାବି କରିଛି । ଏହା ଉପରେ ଆସନ୍ତାକାଲି ସୁପି୍ରମକୋର୍ଟ ଶୁଣାଣି କରିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ।
ସିବିଆଇକୁ ପ୍ରଧାନବିଚାରପତି ନିଦେ୍ର୍ଧଶ ଦେଇ କହିଛନ୍ତି ଯେ ପଶ୍ଚିମବଙ୍ଗ ପୋଲିସ କମିଶନରଙ୍କ ବିରୁଦ୍ଧରେ ଚିଟଫଣ୍ଡ ପ୍ରମାଣ ନଷ୍ଟ କରିଥିବାର ଯଦି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ଥାଏ ତେବେ ସୁପି୍ରମକୋର୍ଟ ତା ବିଚାର ପାଇଁ ପ୍ରସ୍ତୁତ ଅଛନ୍ତି ।
ଗତକାଲି କଲିକତା ଠାରେ ରାଜ୍ୟ ପୋଲିସ ଓ ସିବିଆଇ ମଧ୍ୟରେ ହୋଇଥିବା ମୁହାଁମୁହିଁ ପରିସ୍ଥିିତିରେ ଦେଶ ବ୍ୟାପି ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ସମ୍ବିଧାନକୁ ବଂଚାଇବା ଦାବି କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତ୍ତା ବାର୍ନାଜି ଗତକାଲି ରାତିରେ ଧାରଣାରେ ବସିଛନ୍ତି ।
ଅନ୍ୟପଟେ ପଶ୍ଚିମବଙ୍ଗ ବିବାଦ ନେଇ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଗତକାଲିଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ୍ ଡ୍ରାମା ନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି ରାଜନାଥ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଡାକିଥିବା ରାଜନାଥଙ୍କୁ କହିଛନ୍ତି ରାଜ୍ୟପାଳ । ଏହି ବିବାଦ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୀକ୍ଷଣ ନଜର ରଖିଛି ।
ସେପଟେ କୋଲାକତାସ୍ଥିତ ସିବିଆଇ କାର୍ୟ୍ୟାଳୟକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିଆରପିଏଫର ଯବାନମାନେ ସିବିଆଇ କାର୍ୟ୍ୟାଳୟକୁ ଚାରିପାଖରୁ ଘେରି ରହିଛନ୍ତି । ଗତକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମୁହାଁମୁହିଁ ହେବା ପରେ ସିବିଆଇ କାଯ୍ୟାଳୟକୁ ଘେରାଉ କରିଥିଲା ବେଙ୍ଗଲ ପୁଲିସ୍ । ହେଲେ ସିଆରପିଏଫ୍ ଯବାନମାନେ ମୂତୟନ ହେବା ପରେ ସେଠାରୁ ପୁଲିସ ହଟିଯାଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

fifteen − eleven =