୨୨ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର () କରୋନା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୧୦୦୦ଟଙ୍କା ଲେଖାଏଁ ସହାୟତା ମିଳିବ । ଖାଦ୍ୟ ସୁରକ୍ଷା ଯୋଜନାରେ ୯୪ଲକ୍ଷ ପରିବାର ଉପକୃତ ହେବେ ।

 

ଏହି ସହାୟତା ପାଇଁ ୯୪୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୩ମାସର ରାସନ ସାମଗ୍ରୀ ମଧ୍ୟ ମିଳୁଛି । ସେହିପରି ୪୮ଲକ୍ଷ ପରିବାରକୁ ୪ମାସର ଭତ୍ତା ଆଗୁଆ ଦିଆଯିବ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ଲକ୍ଷ ପରିବାରକୁ ଭତ୍ତା ମିଳିବ । ଭତ୍ତା ବାବଦକୁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ୨୨ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏଁ ସହାୟତା ମଧ୍ୟ ମିଳିବ । ଏନେଇ ୩୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two − two =