ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

କର୍ଣ୍ଣାଟକ()କରୋନା ଭାଇରସ୍ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ କର୍ଣ୍ଣାଟକର ତୁମକୁରୁରେ ଅଞ୍ଚଳରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତୁମକୁରୁର ଡେପୁଟି କମିଶନର ଡ.ରାକେଶ କୁମାର ସୂଚନା ଦେଇଛନ୍ତି ଯେ, ମୃତକଙ୍କ ବୟସ ୬୫ ଥିବା ବେଳେ ସେ ୫ ମାର୍ଚ୍ଚରେ ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ । ସେଠାରୁ ପୁଣି ଥରେ ୧୧ ମାର୍ଚ୍ଚରେ ତୁମକୁରୁକୁ ଫେରିଥିଲେ । ଏନେଇ ସେହି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ଅନୁସନ୍ଧାନ କରାଯାଉଛି ।’ ଏହି କ୍ରମରେ ଭାରତରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

15 − eight =