ଉଦ୍ୟୋଗ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀକୁ ଦେଢ଼ ଲକ୍ଷର ଋଣ

ଭୁବନେଶ୍ୱର() ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ଏହି ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ ଦିଆଯିବ । ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଋଣ ଦିଆଯିବ । ସେହିପରି କୃଷି-ଅଣ କୃଷି କ୍ଷେତ୍ରରେ ନିୟୋଜିତ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବ । ଉଦ୍ୟୋଗ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀକୁ ଦେଢ଼ ଲକ୍ଷର ଋଣ ପ୍ରଦାନ କରାଯିବ । ଅତି ଗରିବ ପରିବାର ଦ୍ୱାରା ପରିଚାଳିତ ଉଦ୍ୟୋଗଙ୍କୁ ୨୦ହଜାର ଋଣ ଦିଆଯିବ । ଏହାସହ କରୋନା ବେଳେ ପ୍ରବାସୀ ଫେରନ୍ତା ଉଦ୍ୟୋଗୀଙ୍କ ପାଇଁ ୧ଲକ୍ଷ ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

seventeen − 11 =