NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର() ସାରା ବିଶ୍ୱରେ ଏବେ କରୋନା କାୟା ମାଡିଚାଲିଛି । ଏଥିରେ ଛାତ୍ରଛାତ୍ରୀମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଏଥିପାଇଁ NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଏହି ସମ୍ପର୍କିତ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସଂକ୍ରମଣ ପାଇଁ NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

କୋରୋନା ସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ଯିବା ନିରାପଦ ନୁହଁ । ବିଭିନ୍ନ ଜିଲ୍ଲାରେ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଥିବାରୁ ଅସୁବିଧା ହେବ । ଓଡ଼ିଶା ଏକ ଆଦିବାସୀ ରାଜ୍ୟ ହୋଇଥିବାରୁ ଦୂରଦୂରାନ୍ତରୁ ପିଲା ଆସିଥାନ୍ତି । ଓଡ଼ିଶାରେ ୩୦ ଜିଲ୍ଲାରେ ସେଣ୍ଟର କରିବାକୁ କହିବା ସହ ଏନେଇ NTAକୁ ନିର୍ଦେଶ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

9 − 1 =