ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ: ପୋଲିସର ବଡ଼ ସଫଳତା । ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ । ନିକଟରେ ବୌଦ୍ଧ ଜିଲ୍ଲା ଗୋଛାପଡ଼ା ନିକଟରେ ହୋଇଥିଲା ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ତେବେ ଏଥିରେ ଦୁଇଜଣ ଯବାନ ଗୁରୁତର ଆତ ହୋଇଥିଲେ । ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେପଟେ ସୁରକ୍ଷା କର୍ମୀମାନେ କମ୍ବିଂ ଅପରେସନ ଜାରି ରଖିଥିଲେ । ଦୀର୍ଘ ସମୟର ଗୁଳି ବିନିମୟ ପରେ ଶେଷରେ ପୋଲିସକୁ ସଫଳତା ମିଳିଛି । ଅନେକ ଗୁଡ଼ିଏ ମାଓ ସାମଗ୍ରୀ ହସ୍ତଗତ ହୋଇଥିବା ସୂଚନା ମିଳିଛି । ଗୋଟିଏ ବାରବୋଲ ଦେଶୀ ବନ୍ଧୁକ, ୮ ଏମମ ଦେଶୀ ବନ୍ଧୁକ ଗୋଟିଏ, ୩ଟି ହାର୍ଭସକ, ଦୁଇଟି ଛତା, ୨ ଯୋଡ଼ି ମାଓ ୟୁନିଫର୍ମ, ୩ହଳ ସ୍ଲିପର, ଫଲିଥିନ ସିଟ୍‌, ରେଡିଓ, ଟିଫିନ କ୍ୟାରିୟର, ଷ୍ଟିଲ ପ୍ଲେଟ, ଷ୍ଟିଲ ମଗ, ଛୋଟିଆ ବ୍ୟାଟେରୀ, କିଛି ତାର, ସିଲଭର ବେଲ୍ଟ, କିଛି ମେଡିସନ ଥିବା ବାକ୍ସ ଏବଂ କିଛି ମାଓ ପୁସ୍ତକ ମଧ୍ୟ ଜବତ କରାଯାଇଛି । ଆଜି ଏନେଇ କନ୍ଧମାଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 1 =