ଭାରତର ବିରାଟ ବିଜୟ

ଚତୁର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ହରାଇଲା ଟିମ୍ ଇଣ୍ଡିଆ । ଯୁବ ତାରକା ରୋହିତ ଶର୍ମା ଏବଂ ଅମ୍ବାତି ରାୟଡୁଙ୍କ ଦମଦାର ଶତକ ଆଗରେ ଘାଇଲା ହୋଇଛି ୱେଷ୍ଟଇଣ୍ଡିଜ୍ । ମାତ୍ର ୧୫୩ ରନରେ ସମସ୍ତ ଓି୍ୱକେଟ ହରାଇବା ସହ ୱେଷ୍ଟଇଣ୍ଡିଜକୁ ଏକ ବଡ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ବୃହତ ବିଜୟ ସହ ଭାରତ ଏବେ ୫ ଟିକିଆ ଦିନିକିଆ ସିରିଜରେ ୨-୧ରେ ଆଗୁଆ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ମୁମ୍ବାଇରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୩୭୭ ରନର ଏକ ବିଶାଳ ସ୍କୋର ଛିଡା କରିଥିଲା । ରୋହିତ ଓ ରାୟଡୁଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ ୩୭୮ ରନର ବିଶାଳ ଟାର୍ଗେଟ ରଖିଥିଲା ବିରାଟ ବାହିନୀ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ଦ୍ରୁତ ରନ ସଂଗ୍ରହ କରିଥିଲା । ରୋହିତ ଓ ଧୱନଙ୍କ ଯୋଡି ଧୂଆଁଧାର ବ୍ୟାଟିଂ କରିବା ସହ ଭାରତର ସ୍କୋର ଆଗକୁ ବଢାଇଥିଲେ । ତେବେ ଶିଖର ଧୱନ ଆଉଟ ହେବା ପରେ କ୍ରିଜକୁ ଆସିଥିଲେ କ୍ୟାପଟେନ କୋହଲି । କିନ୍ତୁ ପୂର୍ବ ମ୍ୟାଚ ଗୁଡିକ ପରି କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ କୋହଲି । ୧୬ ରନ କରି ପ୍ୟାଭିଲିୟନ ଫେରିବା ପରେ ଆରମ୍ଭ ହୋଇଥିଲା ରୋହିତ-ରାୟଡୁ ସୋ’ । ୱେଷ୍ଟଇଣ୍ଡିଜ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ଦୁହେଁ ଶତକ ହାସଲ କରିଥିଲେ । ରୋହିତ ଦ୍ୱିଶତକ ଆଡକୁ ବଢୁଥିବା ବେଳେ ୧୬୨ ରନରେ ନିଜର ୱିକେଟ ହରାଇଥିଲେ । ତେବେ ଶେଷ ଆଡକୁ ଧୋନି ଓ କେଦାର ଦ୍ରୁତ ରନ ବଳରେ ଭାରତ ୫ ୱିକେଟ ହରାଇ ୩୭୭ ରନ କରିବାକୁ ସକ୍ଷମ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

five + eight =