ଦକ୍ଷିଣ ଓଡିଶାକୁ ଛୁଇଁଲା ମୌସୁମୀ

ଭୁବନେଶ୍ବର()  ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ ।ଆସନ୍ତା ୭୨ଘଣ୍ଟା ମଧ୍ୟରେ ସାରା ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ସମୟରେ ଉପକୂଳ ଓ ଉତ୍ତର ଓଡିଶାକୁ ମୌସୁମୀ ବ୍ୟାପିବ । ୨୩ ତାରିଖ ପର୍ୟ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏଭଳି ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Share

Leave a Reply

Your email address will not be published. Required fields are marked *

one × two =