ଛାତ୍ରୀଙ୍କୁ ଛୁରାମାଡ କରି ଯୁବକ ଫେରାର

କଟକ –ଅଡଶପୁର ଠାରେ ଥିବା ଉଦୟନାଥ କଲେଜର ଛାତ୍ରୀଙ୍କୁ ଜଣେ ଦୁର୍ବୃର୍ତ ରାସ୍ତା ମଝିରେ ଛୁରା ମାଡ କରି ଫେରାର ହୋଇଯାଇଥିବା ଖବର ମିଳିଛି । ଛାତ୍ରୀ ଜଣଙ୍କର ଅଂଟା ଆଉ ଗୋଡରେ ମାଡ ହୋଇଛି । କଲେଜ କ୍ୟାମ୍ପସ ବାହାରେ ଏଭଳି ଛୁରାମାଡ ଘଟଣା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଛୁରା ମାଡେ କରିଥିବା ଯୁବକ ଜଣକ ଆହତ ଛାତ୍ରୀଙ୍କର ସହପାଠୀ ବୋଲି ଜଣାପଡିଛି ।ଛୁରା ମାଡର କାରଣ ଜଣାପଡିନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ସଂପୃକ୍ତ ଯୁବକକୁ ଖୋଜୁଛି ।

Share

Leave a Reply

Your email address will not be published. Required fields are marked *

3 − 3 =