କାହାର ହେବ ଚିକୁନ୍

ଭୁବନେଶ୍ୱର: ସରିଲା ସ୍ୱିଗି ଡେଲିଭରି ବୟର ଅପହରଣ ମାମଲା । ଭୁବନେଶ୍ୱରରେ ପହଞ୍ଚିଛି ପତିତପାବନ ପୃଷ୍ଟି ଔରଫ ଚିକୁନ୍ । ଘରେ ସ୍ତ୍ରୀ ଥାଇ ମଧ୍ୟ ପ୍ରେମିକା ସହ ଚତୁରତାର ସହ ଫେରାର ହୋଇଥିଲା । ସବୁ ନାଟକର ଅନ୍ତ ଘଟିଛି । ତେବେ ନାଟକର କ୍ଲାଇମାକ୍ସ ଉପରେ ରହିଛି ସମସ୍ତଙ୍କ ନଜର । ଚିକୁନ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଏବେ କାହାର ହେବ । ସ୍ତ୍ରୀର ନାଁ ପ୍ରେମିକାର ।

ଦୋଛକିରେ ରହିଛି ଚିକୁନ୍ । ପୋଲିସ ଏବେ ଅଧିକ ତଥ୍ୟ ପାଇବା ଲାଗି ଚିକୁନକୁ ପଚରାଉଚରା କରୁଥିବା ବେଳେ ସ୍ୱାମୀ କେବଳ ମୋର ବୋଲି କହିଛନ୍ତି ତାଙ୍କ ପତ୍ନୀ । ସେପଟେ ଯୁବତୀଙ୍କୁ ନେଇଯାଇଥିଲା ଚିକୁନ । ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି କି, ତାଙ୍କ ଝିଅକୁ ଅପହରଣ କରି ନେଇଛି ଚିକୁନ । ତେବେ ଅପହରଣ ହେଉ ବା ନିଜ ଇଚ୍ଛାରେ ଯାଇଥାନ୍ତୁ । ଯୁବତୀଙ୍କଠାରୁ ଏବେ ଲାଗି ଯାଇଛି କଳଙ୍କର ଛିଟା । ଲୋକେ ତାଙ୍କୁ ନେଇ ଅନେକ କଥା ମଧ୍ୟ କହୁଛନ୍ତି । ତେବେ ଏଭଳିସ୍ଥଳେ ତାଙ୍କୁ କିଏ ବା ବାହା ହେବାକୁ ଇଚ୍ଛା କରିବ?

ତେବେ ସେ ନିଶ୍ଚିତ ଭାବେ ପ୍ରେମିକ ପାଖରେ ରହିବାକୁ ଚେଷ୍ଟା କରିବ । ସେପଟେ ଚିକୁନଙ୍କ ପତ୍ନୀ କହିଛନ୍ତି କି ମୋ ସ୍ୱାମୀ କେବଳ ମୋର । ଆଉ ଚିକୁନଙ୍କ ମା କହିଛନ୍ତି କି, ସେ ଝିଅ ପୂର୍ବରୁ ଜାଣିଛି କି ମୋ ପୁଅ ବାହା ହୋଇଛି । ତଥାପି ସେ ତାସହ ଯାଇଛି । ଏଣୁ ମୋ ପୁଅର କୌଣସି ଦୋଷ ନାହିଁ । ସବୁ ଦୋଷ ସେହି ଝିଅର । ଏହାରି ଭିତରେ ଫସିଯାଇଛି ଚିକୁନ । ସେ ଏବେ ପ୍ରେମିକାକୁ ରଖିବ ନାଁ ସ୍ତ୍ରୀ ସହ ରହିବ । ନାଁ ଦୁଇଜଣଙ୍କୁ ରଖିବ ତାଉପରେ ରହିଛି ସମସ୍ତଙ୍କ ନଜର ।
ସେପଟେ ଚିକୁନ ବିରୋଧରେ ଲାଗିଛି ଅନେକ ସଙ୍ଗୀନ ଦଫା । ତାଙ୍କ ବିରୋଧରେ ଆଇପିସିର ଦଫା ୩୬୬ରେ ମାମଲା ରୁଜୁ ହୋଇପାରେ। ସେହିପରି ପତ୍ନୀଙ୍କ ସହ ବିଶ୍ବାସଘାତକତା କରିବା ଅଭିଯୋଗରେ ଦଫା ୪୦୬, ନିଜର ଅପହରଣ ହୋଇଥିବା କହି ପତ୍ନୀଙ୍କ ଦ୍ବାରା ମିଥ୍ୟା ଅଭିଯୋଗ କରାଇବା ଆଧାରରେ ଦଫା ୨୦୦, ମିଥ୍ୟା କ୍ରାଇମ୍ ସ୍ପଟ୍ ତିଆରି କରିବା ଓ ପ୍ରମାଣ ନଷ୍ଟ କରିବା ନେଇ ଚିକୁନଙ୍କ ବିରୋଧରେ ଦଫା ୨୦୩, ୨୦୧ ଓ ୨୧୧ ଭଳି ଏକାଧିକ ଦଫା ପୁଲିସ ଲଗାଇପାରେ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

7 + eight =