ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଲକଡାଉନ ପରବର୍ତ୍ତୀ ବସ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ବସ ମାଲିକମାନଙ୍କୁ ଟିକସ ଛାଡ଼ ସହ ଅନ୍ୟ ସୁବିଧା ଦେବାକୁ ବିଚାର କରାଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ବି’ କାଟେଗୋରୀ ଜିଲ୍ଲାରେ ବସ ଚଳାଚଳ କରିବ କି ନାହିଁ ସେ ନେଇ ନିଷ୍ପତ୍ତି ହେବ । ତେବେ ନିଶ୍ଚିତଭାବେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ଜଣାଇଛନ୍ତି ।

କଟକଣା ହଟିବା ପରେ ବି ୨୦ ଜିଲ୍ଲାରେ ବସ୍ ସେବା ସ୍ୱାଭାବିକ ହୋଇପାରୁନି । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବସ୍ ଚଳାଇବାକୁ ଘରୋଇ ବସ୍ ମାଲିକମାନେ ରାଜି ହେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି । କରୋନା ସମୟରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାଟେଗୋରୀ ‘ଏ’ ଓ ‘ବି’ ଅନୁଯାୟୀ ସରକାର ଲକଡାଉନ କଟକଣାକୁ କୋହଳ କରୁଛନ୍ତି । କାଟେଗୋରୀ ‘ଏ’ରେ ସରକାର କୋଭିଡ ଗାଇଡଲାଇନକୁ ମାନି ବସ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 1 =