‘ମୋ-ସରକାର’ ଆକ୍ସନରେ ଓଆରଏସଙ୍କ ବଦଳି

ଭୁବନେଶ୍ୱର: ପୁଣି ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାରଙ୍କ ସ୍ବାଇଁଙ୍କୁ ସ୍ଥାନାନ୍ତରିତ କରାଯାଇଛି ।ଜାତି ପ୍ରମାଣପତ୍ର ଦେବାରେ ଅହେତୁକ ବିଳମ୍ବ କରୁଥିବା ନେଇ ମୋ ସରକାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଫିସକୁ ଜଣାଇଥିଲେ ଲୋକେ । ଆଉ ଲୋକଙ୍କ ଠାରୁ ଏଭଳି ଅଭିଯୋଗ ପାଇବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ତୁରନ୍ତ ଶରତଙ୍କୁ ବିଦା କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଆଉ ଏହାସହ ମୋ ସରକାର ଅଭିଯାନକୁ ରାଜ୍ୟ ସରକାର କେତେ ଗୁରୁତ୍ୱ ଦେଉଛି ତାହା ସ୍ପଷ୍ଟ ଦର୍ଶାଉଛି । ଏହାପୂର୍ବରୁ ମଧ୍ୟ ଶହେରୁ ଅଧିକ ସରକାରୀ କର୍ମଚାରୀଙ୍କ ବିରୋଧରେ ମୋ ସରକାର ତଥା 5-T କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୋକସେବାରେ ଥିବା ସରକାରୀ ଅଧିକାରୀଙ୍କ ଦୁର୍ନୀତି, ଅବହେଳା ଆଦିକୁ ‘ମୋ-ସରକାର’ ଗୁରୁତର ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 7 =