ଦୋଳ ଓ ହୋଲି ପାଇଁ ଜାରି ହେଲା ଗାଇଡଲାଇନ୍

କଟକ: ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଛି ଏସଓପି । କଟକରେ ଦୋଳ ମେଲଣ ପଡିଆରେ ୨ ଶହ ଲୋକଙ୍କୁ ଅନୁମତି ମିଳିଛି । ଦୋଳ ନିକଟରେ ୧୦ରୁ ଅଧିକ ଲୋକଙ୍କୁ ଅନୁମତି ମିଳିନାହିଁ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିନାହଁ । କେବଳ ପରମ୍ପରା ଓ ବିଧି ମୁତାବକ କାର୍ଯ୍ୟକ୍ରମ ହେବ ।ତେବେ ହୋଲିରେ ମଧ୍ୟ ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି । ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି ।

ଏସଆରସି ଜାରି କରିଥିବା ଗାଇଡ୍ ଲାଇନ୍ ଅନୁସାରେ ଦୋଳ ଯାତ୍ରା ଓ ହୋଲି ପାଳିବାକୁ ପରାମର୍ଶ ଦିଆଯାଇଛି । ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୋଲିସ ।ସେହିପରି ପ୍ରତି ବିମାନ ସହ ବ୍ରାହ୍ମଣ, ଘଣ୍ଟୁଆକୁ ମିଶାଇ ସର୍ବାଧିକ ୧୦ଜଣଙ୍କୁ ରହିବାକୁ ଅନୁମତି ମିଳିବ। ଏହାସହ ସାହି ମେଳଣ ବେଳେ ଶୋଭାଯାତ୍ରା, ଲାଇଟ୍ ଓ ଜନଗହଳି ନକରିବାକୁ କଡ଼ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ମେଳଣ ବେଳେ କେହିବି ସାଙ୍ଗରେ ଲାଠି ଆଣିପାରିବେ ନାହିଁ ଏବଂ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। ହୋଲିରେ ଗୀତ, ନାଚ, ଡିଜେ ଆଦି ବଜାଇବାକୁ ବାରଣ କରିଛନ୍ତି ଡିସିପି।

Share

Leave a Reply

Your email address will not be published. Required fields are marked *

5 × 5 =