ଦୁଖ ପ୍ରକାଶ କଲେ ବାଚସ୍ପତି

ଭୁବନେଶ୍ୱର()  ବିରୋଧୀ ଦଳ ନେତାଙ୍କୁ ଭୁଲ୍ ମାଗିଲେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ସୁଯୋଗ ଦେଇନଥିବାରୁ ସେ ଭୁଲ୍ ମାଗିଛନ୍ତି ।

ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ କହୁଥିବା ବେଳେ ସ୍ମିତାରାଣୀ ପ୍ରସଙ୍ଗରେ କିଛି କହିବା କ୍ଷଣି ଗୃହକୁ ମୁଲତବୀ କରି ଦେଇଥିଲେ ବାଚସ୍ପତି । ଏହାକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ନେତା ଗୃହକୁ ଚଳାଇଦେବେନାହିଁ ବୋଲି କହିଥିଲେ ।

ଗତକାଲିର ଘଟଣାକୁ ନେଇ ଆଜି ବାଚସ୍ପତି ଦୁଃଖ ପ୍ରକାଶ କରିଛନ୍ତି । ଭୁଲ୍ ବୁଝାମଣା ଯୋଗୁଁ ସେ କହୁଥିବା ବେଳେ ଗୃହକୁ ମୁଲତବୀ କରିଦେଇଥିଲେ ବୋଲି ବାଚସ୍ପତି କହିଛନ୍ତି । ବିରୋଧୀ ଦଳ ନେତା କହୁଥିବା କଥା ଠିକ୍ ଭାବେ ବୁଝିପାରିନଥିଲେ ବୋଲି ବାଚସ୍ପତି କହିଛନ୍ତି ।
ସେପଟେ ପ୍ରଦୀପ୍ତ ନାଏକ କହିଛନ୍ତି ଏହା ବାଚସ୍ପତିଙ୍କ ଉଦାରତା, ସିଏ ଭୁଲ୍ ମାଗିଲେ।

Share

Leave a Reply

Your email address will not be published. Required fields are marked *

four + one =