ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଚାଲ ଡାକରା

ଭୁବନେଶ୍ୱର–ମହିଳାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ବିଜେପି ପକ୍ଷରୁ ମହାରଥୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବି ଜୋର ଧରିଛି । କୃଷି ମନ୍ତ୍ରୀ ଗୋଟିଏ ମହିଳାଙ୍କର ଦୁଇଟି ସ୍ୱାମୀ ଥିବା ଗଣମାଧ୍ୟମରେ କହିଥିଲେ । ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ବିକ୍ଷୋଭ କରିବା ପରେ ଆସନ୍ତାକାଲି ନବୀନ ନିବାସ ଘେରାଉ କରିବ । ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ଅହିଂସା ଉପାୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବ । ମହାରଥୀଙ୍କ ଏଭଳି ଲଜ୍ଜାଜନକ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରାଯିବା ନେଇ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ  ପ୍ରଭାତୀ ପରିଡ଼ା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 2 =